ଅବୁଝା ମନ
ଅବୁଝା ମନ
ଅବୁଝା ମନ
ସେ ତ ଦିନରାତି ଦେଖୁଥାଏ କେତେ ସପନ
କେତେବେଳେ ସରାଗୀ ଜହ୍ନକୁ
ନିଜର କରିବାକୁ
ତ
ଆଉ କେତେବେଳେ ମୋନାଲିସାକୁ ତା ସୁନାଘରଣୀ କରିବାକୁ
ଅଯଥାରେ ହୁଏ ଛାଟିପିଟି ସିନା
ନା ସେ ପାଇପାରେ ସରଗୀ ଜହ୍ନର ଜୋଛନା ଛିଟା
ନା ମୋନାଲିସାର ପ୍ରେମପୀରତି
ଖାଲି ବାଟବଣା ପଥିକ ପରି
ଧାଉଁଥାଏ ସିନା
ଦେହ ଓ ମନକୁ ଏକ କରି
ନିଜକୁ ହଜାଇ
ପୁଣି ଅଣନିଶ୍ୱାସୀ ହୋଇ
ସଭିଏଁ ସାଜନ୍ତି ମିଛ ମରୀଚିକା ସିନା
ଅବୁଝା ମନ କି ବୁଝୁଛି
ସେ ତ ମୋନାଲିସାର ମୁରୁକି ହସରେ ହାରିଛି କେତେଥର
ବିକି ଦେଇଛି ତା ମନ ଆଉ ହୃଦୟ
ହସ ଆଉ କାନ୍ଦ
ସୁଖ ଆଉ ଦୁଃଖ
ସବୁକିଛି
ସିଏ କି ଆଉ ବଞ୍ଚିଛି
ମରି ମରି ଜିଇଁବାଟା ତ ତାକୁ ସତେ
କେତେ ଭଲ ଲାଗୁଛି l
