STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଅବୁଝା ମନ

ଅବୁଝା ମନ

1 min
162

ଅବୁଝା ମନ

ସେ ତ ଦିନରାତି ଦେଖୁଥାଏ କେତେ ସପନ

କେତେବେଳେ ସରାଗୀ ଜହ୍ନକୁ

ନିଜର କରିବାକୁ

ତ

ଆଉ କେତେବେଳେ ମୋନାଲିସାକୁ ତା ସୁନାଘରଣୀ କରିବାକୁ

ଅଯଥାରେ ହୁଏ ଛାଟିପିଟି ସିନା

ନା ସେ ପାଇପାରେ ସରଗୀ ଜହ୍ନର ଜୋଛନା ଛିଟା

ନା ମୋନାଲିସାର ପ୍ରେମପୀରତି

ଖାଲି ବାଟବଣା ପଥିକ ପରି

ଧାଉଁଥାଏ ସିନା

ଦେହ ଓ ମନକୁ ଏକ କରି

ନିଜକୁ ହଜାଇ

ପୁଣି ଅଣନିଶ୍ୱାସୀ ହୋଇ

ସଭିଏଁ ସାଜନ୍ତି ମିଛ ମରୀଚିକା ସିନା

ଅବୁଝା ମନ କି ବୁଝୁଛି

ସେ ତ ମୋନାଲିସାର ମୁରୁକି ହସରେ ହାରିଛି କେତେଥର

ବିକି ଦେଇଛି ତା ମନ ଆଉ ହୃଦୟ

ହସ ଆଉ କାନ୍ଦ

ସୁଖ ଆଉ ଦୁଃଖ

ସବୁକିଛି

ସିଏ କି ଆଉ ବଞ୍ଚିଛି

ମରି ମରି ଜିଇଁବାଟା ତ ତାକୁ ସତେ

କେତେ ଭଲ ଲାଗୁଛି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract