ଅବୁଝା ମନ ମୋର
ଅବୁଝା ମନ ମୋର
ଅବୁଝା ମନ ମୋର ବୋଲ ମାନୁ ନାହିଁ
କେମିତି ବୁଝେଇବି ଜମା ଜାଣି ପାରୁ ନାହିଁ
କେବେ ସେ ଅମାନିଆ ହୁଏ ମୋ ପାଇଁ
ଭାରି ଅଭିମାନି ସେ କଥା ଶୁଣେ ନାହିଁ
କେବେ ଚଳ ଚଞ୍ଚଳ ହୋଇ ଅସ୍ଥିର ହୋଇଯାଏ
କେବେ ଆନମନା ହୋଇ ଏଣେ ତେଣେ ଯାଉ ଥାଏ
କେବେ ମନ ମୋର ଉଡ଼ା ଚଢେଇ ଉଡି ଉଡିଯାଏ
ସ୍ଥିର ହୋଇ ରହି ପାରେ ନାହିଁ ଉନ୍ମୁକ୍ତ ଆକାଶରେ ବୁଲୁ ଥାଏ
କେବେ ମନ ମୋର ଲୋଭ ଆଶା ତୃଷ୍ଣାରେ ଅଥୟ ହୁଏ
କେବେ କ୍ରୋଧର ଅଗ୍ନି ହୋଇ ହୁତୁ ହୁତୁ ହୋଇ ଜଳୁଥାଏ
କେବେ ମନ ମୋର ଚନ୍ଦନ ପରି ଶୀତଳ ହୋଇଯାଏ
ମହ ମହ ହୋଇ ବାସି ସେ ଭାବ ରାଇଜରେ ଘୁରୁ ଥାଏ
ମନ ମୋର କେବେ ଯାଇ ଈଶ୍ୱରଙ୍କ
କୃପା ପାଏ
ମନ ଯୋଗୁ ସୁଖ ଦୁଃଖ ଭଲ ମନ୍ଦ ଅନୁଭବ ହୁଏ ।
