STORYMIRROR

Prabhati Mahapatra

Comedy Romance Others

3  

Prabhati Mahapatra

Comedy Romance Others

ଅବୁଝା ଝିଅ

ଅବୁଝା ଝିଅ

1 min
293


ମୁଣ୍ଡିଟା ଆଜି ହେଲାଣି ବୋଧେ

ପାଗଳ ପରି ନଷ୍ଟ

ଆଧୁନିକର ଝିଅକୁ ନେଇ

ବଢିଲା ମୋର କଷ୍ଟ ।

ଯେତେ କହିଲେ ବୁଝେନି କଥା

ଶୋଇଛି ମୁହଁ ମାଡି

ଅକ୍ଷି ତୃତୀୟା କହିଲି ବୋଲି

ଛାଡୁଛି ଦେଖ ରଡ଼ି 

ବୁଝୁନି ସିଏ   ଅବୁଝା ଝିଅ

କହିଲା ମୋତେ  ଇଂରାଜୀ କୁହ

ଅକ୍ଷି ତୃତୀୟା କହିବ ଥର ସ୍ପଷ୍ଟ ।

ବଢିଲା ମୋର କଷ୍ଟ ......

କହି ଥିଲି ମୁଁ ମା'କୁ ଦିନେ

ଦିଏନା ମୋତେ ବାହା

ଟାଉନ ଝିଅ ବାହା ହେଲେ ମୁଁ

ପାଇବିନି ଟି ରାହା

ପର୍ବ ପର୍ବାଣୀ ବୁଝିବେ ନାହିଁ

ଲାଇବ୍ରେରୀରେ ପାଠ 

ବଢିଲା ମୋର କଷ୍ଟ .......

ବେଳ ବୁଡିଲେ ପାର୍କ ଯିବେ

ତାପରେ ସିନେ ହଲ

ପଇସା ଗଣି ଫିଉଜ ହେବି

ହିସାବ ମୋର ଗୋଲ୍

ଦିନ ଦଶଟା ବାଜି ଗଲାଣି

ଏଇଟା ମୋର ରିଷ୍ଟ 

ବଢିଲା ମୋର କଷ୍ଟ .......

 ଅକ୍ଷି ତୃତୀୟା ଗୋଟିଏ ଦିନ

ଘରକୁ ଯିବି ବୋଲି

ଚାରି ଦିନରୁ କହିଲି ତାକୁ

ନିର୍ଲଜ ମୁହଁ ଖୋଲି

କହିଲା ମୋତେ କାଲିଠୁ ତୁମେ

ଖୋଜି ନିଅ ହେ ମଠ

ବଢିଲା ମୋର କଷ୍ଟ .......

କେମିତି ଭାଇ ପୁରୁଣା ସ୍ମୃତି

ବଞ୍ଚି ରହିବ କୁହ

ରଣ ଚଣ୍ଡିଟା ଭାଗ୍ୟେ ଜୁଟି ମୋ

ଆଖିରେ ଦେଲା ଲୁହ

ଏମିତି ଝିଅ ଦେଖିନି ମୁହିଁ

ସ୍ତ୍ରୀ ନୁହେଁ ତ ଜାଠ

ବଢିଲା ମୋର କଷ୍ଟ .......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy