STORYMIRROR

Chandrakanta Jena

Romance

3  

Chandrakanta Jena

Romance

ଅବୁଝା ଭ୍ରମର

ଅବୁଝା ଭ୍ରମର

1 min
167

ତୁମେତ ଅବୁଝା ଭ୍ରମର

ତୁମେ ବାଧା ବନ୍ଧ ମାନ ନାହିଁ

ଉଡ଼ିବୁଲୁ ଥାଅ ଏ ଫୁଲରୁ ସେ ଫୁଲ

ମହୁ ଟିକେ ପାଇଁ

ମହୁ ପିଇ ଉଡ଼ିଯାଓ

ଯେବେ ବହୁ ଦୂରେ

ଜାଣକି ତୁମ ଭାବନାରେ

ଫୁଲ କେତେ ଝୁରି ମରେ ?

ତୁମେ ଚାହଁ ଫୁଲର ବାସ

ଅବା ମହୁର ମିଠା

ଭୁଝକି ଟିକେ ଫୁଲ ହୃଦୟ

ଅବା ତାହାର କଥା,

ତୁମର ସବୁ କ୍ଷଣକ ପାଇଁ

ତୁମେତ ନୁହେଁ କାହାର

ତୁମକୁ ନିଜର କରିବା ମନା

ତୁମତ ଅବୁଝା ଭ୍ରମର   !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance