ଅବତାରୀ
ଅବତାରୀ
ଜଗନ୍ନାଥ ସ୍ୱାମୀ ନୟନପଥଗାମୀ
ଜଗନ୍ନାଥ ପ୍ରଭୁ ତୁମେ
ଅବତାର ନା ଅବତାରୀ
କିଏ କେତେ ଗତି ମୁକ୍ତି ପାଇଗଲେଣି
ତୁମକୁ ପାଥେୟ କରି ନିତ୍ୟ ସ୍ମରି
ମନୁଷ୍ୟ ଵିଵେକ ଅନୁମୋଦିତ କାମ ନକରି
ରୋଗ ଋଣ ଦୁଃଖ ଶୋକେ
ବୀତସ୍ପୃହ ହୁଏ ଭାରି
ହେଲେ ବୁଝୁନି ଶ୍ରୋତା ବକ୍ତା ଛଡ଼ା
କର୍ତ୍ତା ନିଜକୁ କରି
ଆଦର୍ଶବାଦୀ ହେବାକୁ ପଡିବ
ନିତ୍ୟ ସ୍ମରି ହରି
ମନ୍ଦିରେ ନୁହେଁ ସକଳ ଘଟେ
ବିରାଜମାନ କରନ୍ତି ଶ୍ରୀହରୀ
ଜଗନ୍ନାଥ ନାଗାରଜ୍ଜୁର୍ନ ବେଶେ ନୂଆବର୍ଷେ
ଦର୍ଶନ ଦେବେ ସବୁରି
ଚିତ୍ର ନୁହେଁ ଚରିତ୍ର ସଂହାରି
ମିତ୍ର ନୁହେଁ ସଜୀଵ ଆବୋରି
ବିୟୋଗରୁ ଯୋଗକୁ ଅନୁସରି
ହରଣରୁ ମିଶାଣ ଫଳ ହାତେ ଧରି
ସ୍ୱର୍ଗକୁ ନହେଲେ ନର୍କଧାମ ପରିତ୍ୟାଗ କରି
ମୋକ୍ଷ ପ୍ରାପ୍ତିରେ ବିଶ୍ୱାସ ଭରି
ନିଃଶ୍ୱାସଟା କେତେ ମାତ୍ର ଆଉ
ଜୀବନଟା ଲାଗେ ଭାରି ଭାରି
ତଥାପି ତୁମେ ଅଛ ପ୍ରଭୁ ହେ ଆମରି
ବେଶେ ନିର୍ଦ୍ଦେଶରେ ଦିଅ ଆଖି ଠାରି
ସମ୍ମୋହନେ ଚକାଆଖି ଲାଗେ ପଦ୍ମ ପରି
ନବବର୍ଷେ ନବରୂପ ଦେଖିବାକୁ ତୁମ
ଦେବାଳୟ ଖୋଲାମେଲା ଅନୁଶାସନ ନ ଡ଼ରି
ତୁମେ ସର୍ବମୟ ସର୍ବବ୍ୟାପି ଯୁଗେ ଯୁଗେ ଅବତାରୀ