STORYMIRROR

Kali Kumar

Abstract Action Classics

3  

Kali Kumar

Abstract Action Classics

ଅବସ୍ଥା

ଅବସ୍ଥା

1 min
245

ପୂର୍ବ - ପର

କେବଳ ଶବ୍ଦ ହିଁ ଦୁଇଟି

ପରିସ୍ଥିତି ପୂର୍ବେ - ପରେ

ଥିଲା ଯାହା,

ଆଜି ବି ତ ସେମିତି

ପୂର୍ବ - ପର

କେବଳ ଶବ୍ଦ ହିଁ ଦୁଇଟି;

ଅନ୍ଧର ହାତରେ ଧର୍ମର ନିକିତି

ପାଷାଣି ନେତ୍ରେ କଳା ପୁଟୁଳି

ଚତୁର ବିଲୁଆ ତୁଣ୍ଡେ, ଶାସନର ବୋବାଳି

ମୁଖେ ପୁଣି ନୀଳିମା ବୋଳି 

ପାଷାଣି ନେତ୍ରେ ଏଠି କଳା ପୁଟୁଳି ।


ପୂର୍ବ - ପର, ମଧ୍ୟେ

ବ୍ୟବଧାନ ବା କେତିକି

ଆଜି ବି ମାଟି ଦେହେ ଲୁଟେ

ଜିଣ୍ଣ ଶିଣ୍ଣ ରୁକ୍ଷ ଫୁଙ୍ଗୁଳା ଛାତି

ତୀକ୍ଷ୍ଣ ରୌଦ୍ରତାପେ ଚିକ୍କଣ

ପଥୁରିଆ ବନ୍ଧୁର ଶୀଳାସମ ତା' ଖୋଲା ପିଠି

ଋଣ ଭାରେ ପ୍ରାଣ ତା' ହୁଏ ଛାଟିପିଟି

କେତେ କେତେ ସଂବେଦନା, 

ପୁଣି କେତେ ପ୍ରତିଶ୍ରୁତିପୂର୍ଣ୍ଣ

ଯୋଜନାର ଭେଟି

ପାଳଭୂତ ସେ,

ରକ୍ତ ମାଂସର ଜୀବନ୍ତ ମୁରତି

ପୂର୍ବ - ପର

କେବଳ ଶବ୍ଦ ହିଁ ଦୁଇଟି ।।


Rate this content
Log in

Similar oriya poem from Abstract