STORYMIRROR

Prafulla Kumar Tripathy

Tragedy

2  

Prafulla Kumar Tripathy

Tragedy

ଅବସର ଜୀବନ

ଅବସର ଜୀବନ

1 min
186

ଚାକିରି ଚାଲିଗଲେ

ଦୁଃଖ ଦିନ ହୁଏ ଆରମ୍ବ

ମୁଁ କିନ୍ତୁ କହିବି ମୋ ଚାକିରି ସରିଲେ

ଏ ଦୁନିଆରେ ବଂଚିବାଟା ଅସମ୍ବବ

ଏ ଜୀବନ କଟେ ବଡ ହିନିମାନ

ନିଜ ଲୋକ ପଚାରନ୍ତି ନାହିଁ

ପୁଅ ବୋହୁ ସବୁ ଅଲଡା ଭାବନ୍ତି

ଦୁଃଖ ନ ବୁଝନ୍ତି କେହି

ନିଦ ଭାଙ୍ଗୁ ଭାଙ୍ଗୁ ଦିନ ଦଶ ଘଡି ହୁଏ

ସକାଳଟା ହୁଏ ରାତି ଅଧ

କେହି ବୁଝନ୍ତି ନି କାହିଁକି ବୁଢାର

ରାତି ହୁଏ ନାହିଁ ନିଦ

ସକାଳ ହୋଇଲେ କେହି ଆସନ୍ତିନି

ଚା କପେ ହାତରେ ଧରି

ଚା ପାଇଁ ଟିକିଏ ଅନୁରୋଧ କଲେ

କାନ ଦିଅନ୍ତିନି କେହି

ନିଜ ହାତ ଗୋଡ ଯଦି ଚଳୁଅଛି

ତେବେତ ଠିକ ଅଛି

ଯେଉଁ ଦିନ ହାତ ଗୋଡ ପଡିଯିବ

ପଚାରିବେନି କେହି ଆସି

ସବୁଦିନ ଖାଲି ଡାକିବ ହରିଙ୍କୁ

ନେଇ ଯାଅ ଏ ସଂସାରୁ

ହରି ହସୁଥିବେ ତୁମ ଡାକଶୁଣି

ରହ ରହ ବୁଢା ତ ଜୀବନ ସରୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy