ଅବସର ଜୀବନ
ଅବସର ଜୀବନ
ଚାକିରି ଚାଲିଗଲେ
ଦୁଃଖ ଦିନ ହୁଏ ଆରମ୍ବ
ମୁଁ କିନ୍ତୁ କହିବି ମୋ ଚାକିରି ସରିଲେ
ଏ ଦୁନିଆରେ ବଂଚିବାଟା ଅସମ୍ବବ
ଏ ଜୀବନ କଟେ ବଡ ହିନିମାନ
ନିଜ ଲୋକ ପଚାରନ୍ତି ନାହିଁ
ପୁଅ ବୋହୁ ସବୁ ଅଲଡା ଭାବନ୍ତି
ଦୁଃଖ ନ ବୁଝନ୍ତି କେହି
ନିଦ ଭାଙ୍ଗୁ ଭାଙ୍ଗୁ ଦିନ ଦଶ ଘଡି ହୁଏ
ସକାଳଟା ହୁଏ ରାତି ଅଧ
କେହି ବୁଝନ୍ତି ନି କାହିଁକି ବୁଢାର
ରାତି ହୁଏ ନାହିଁ ନିଦ
ସକାଳ ହୋଇଲେ କେହି ଆସନ୍ତିନି
ଚା କପେ ହାତରେ ଧରି
ଚା ପାଇଁ ଟିକିଏ ଅନୁରୋଧ କଲେ
କାନ ଦିଅନ୍ତିନି କେହି
ନିଜ ହାତ ଗୋଡ ଯଦି ଚଳୁଅଛି
ତେବେତ ଠିକ ଅଛି
ଯେଉଁ ଦିନ ହାତ ଗୋଡ ପଡିଯିବ
ପଚାରିବେନି କେହି ଆସି
ସବୁଦିନ ଖାଲି ଡାକିବ ହରିଙ୍କୁ
ନେଇ ଯାଅ ଏ ସଂସାରୁ
ହରି ହସୁଥିବେ ତୁମ ଡାକଶୁଣି
ରହ ରହ ବୁଢା ତ ଜୀବନ ସରୁ
