ଅବଶୋଷ ନାହିଁ ହାରିବାରେ ...
ଅବଶୋଷ ନାହିଁ ହାରିବାରେ ...
ଅବଶୋଷ ନାହିଁ ହାରିବାରେ ଜୀବନର ସଂଗ୍ରାମ ସଂଘର୍ଷମୟ
ନିରନ୍ତର ପ୍ରୟାସ ଦୃଢ ଇଚ୍ଛାଶକ୍ତି କାର୍ଯ୍ୟକୁ ସଫଳ କରିବ ନିଶ୍ଚୟ ।
ସଫଳ ତୁମକୁ ଅଛି ହେବାର ମନକୁ ପ୍ରଥମେ କର ଦୃଢନିଶ୍ଚିତ
କଠୋର ସାଧନା ଅସୀମ ଧୈର୍ଯ୍ୟସହ କର୍ତ୍ତବ୍ୟପଥରେ ନିଜକୁ କର ନିୟୋଜିତ।
ବାରମ୍ବାର ପଡି ପ୍ରୟାସ କରି ଶିଶୁଟିଏ ନିଜେ ଚାଲି ଶିଖଇ
ଗୋଟିଗୋଟି କରି ସାଉଁଟି କାଠି ବସାଟିଏ ବାନ୍ଧେ ବାଇଚଢେଇ ।
ନିଜ ଗତ ତ୍ରୁଟି ସୁଧାରିବା ପାଇଁ ଵିଫଳତା ଏକ ଆହ୍ୱାନ
ଜାରିରଖ ପ୍ରୟାସ ଜିତିବା ଆଶାରେ ଛାଡନାହିଁ ରଣାଙ୍ଗନ ।
ନିରାଶ ହୁଅନା ଅବଶୋଷ କରନାପରାଜୟକୁ କର ଅନୁଭବର ପୁଞ୍ଜି
ପରିଶ୍ରମକୁ କରି ସଫଳତାର ଚାବିକାଠି ଜିତିବାକୁ ହେବ ଜୀବନର ବାଜି ।
ବିଫଳତା ସୋପାନ ଉପରେ ଚଢି ସାମ୍ନାକର ପ୍ରତିକୂଳ ପରିସ୍ଥିତି
ଘନ ଅନ୍ଧକାର ପରେ ଆସେ ଆଲୋକ ଏହା ସଂସାରର ପରିବର୍ତ୍ତନ ନୀତି ।
ହାରିଯିବା ନୁହେଁ ବିଫଳତା ଚେଷ୍ଟା ନ କରିବା ଦୁର୍ବଳତା
ଅବଶୋଷ ନାହିଁ ହାରିବାରେ ଆତ୍ମବିଶ୍ବାସ ସହ କର ପ୍ରଚେଷ୍ଟା ।
ଲକ୍ଷ୍ୟପଥରେ ହୁଅ ଅଗ୍ରସର ଅସଫଳତାକୁ ନକର ଭୟ
ଈଶ୍ୱରଙ୍କ ପାଦେ ରଖିଲେ ଲୟ ରଣକ୍ଷେତ୍ରେ ସେ ଦେବେ ବିଜୟ ।
