Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debadatta Jena

Abstract Tragedy

4.0  

Debadatta Jena

Abstract Tragedy

ଅବଶେଷ..

ଅବଶେଷ..

1 min
182


କିଛି ସମ୍ପର୍କ ଭାଙ୍ଗିବାକୁ ନୁହେଁ,

ଗଢିବାକୁ,

କିଛି ସମ୍ପର୍କ ଯୋଡିବାକୁ ନୁହେଁ,

ଛାଡିବାକୁ,

କିଏ ଜାଣେ,ଏ ସମ୍ପର୍କର

ଗଭୀରତାଠାରୁ,

ବିଶ୍ୱାସନୀୟତାର ମୂଲ୍ୟ

ଅଧିକ ହୋଇଥାଏ କି କଣ,

ସେ ସମ୍ପର୍କର ମୂଲ୍ୟବୋଧରେ

କିଛି ଅଦୃଶ୍ୟ ଉପଲବ୍ଧି ଓ 

ମାଦକତା ଯେ ପୁରି ଥାଏ,

ତାକୁ ଭାଙ୍ଗିବାକୁ ହିଁ ପଡେ..!

କିଛି ପଥର ଭାଙ୍ଗି ଯିବାକୁ ନୁହେଁ,

ରୂପାନ୍ତରିତ ହେବାକୁ,

କିଛି ପଥର ତରି ବାକୁ ନୁହେଁ,

ତାରି ବାକୁ,

ଶିଳାରୁ ଶାଳଗ୍ରାମ ତ ବନି ଯାନ୍ତି,

ପରଶ ମଣି ହୋଇ ବି ସେ,

ନିଜେ ନିସ୍ତରି ଯାଆନ୍ତି ନୁହେଁ,

ଉଦ୍ଧରି ବାକୁ ଶ୍ରେୟ ମଣନ୍ତି,

ତା ମହତ୍ୱ କିଏ ବୁଝୁ ବା ନ ବୁଝୁ,

ଆସ୍ତରଣ ନୁହେଁ,

ଉତ୍ତରଣକୁ ଶ୍ରେଷ୍ଠ ବିବେଚନା

ମାନନ୍ତି,ଅବଶୋଷ ନୁହେଁ,

ଅବଶେଷ ହିଁ ବନି ଯାନ୍ତି..!


Rate this content
Log in

Similar oriya poem from Abstract