STORYMIRROR

Jyotiranjan Acharya

Inspirational Others

3  

Jyotiranjan Acharya

Inspirational Others

ଅବିଷ୍କୃତ କାର୍ତ୍ତିକ

ଅବିଷ୍କୃତ କାର୍ତ୍ତିକ

1 min
14.5K


ସବୁ ମାସ ହୋଇ ଯାନ୍ତା କାର୍ତ୍ତିକର ମାସ

ମନ କେବେ ନଖୋଜନ୍ତା ଭୋଜନ ଆମିଷ

ଚରିତ୍ର ଶୁଦ୍ଧ ହୁଅନ୍ତା ଖାଇ ହବିସାନ୍ନ

ମନ ଯେଣୁ ସେହି ପରି ଯେଉଁ ପରି ଅନ୍ନ

ମନ୍ଦିର ଦୁଆରେ ନିତି ହୁଅନ୍ତା ଗହଳି

ବିଭୁ ପ୍ରେମ ଅନ୍ତରରୁ ଧୋଇ ଦ୍ୟନ୍ତା ମଳି

ଶୁକ୍ଳ ବସ୍ତ୍ରେ ପୂଜୁଥାନ୍ତେ ରାଇ ଦାମୋଦର

ମନୁଷ୍ୟ ହୃଦୟ ହ୍ବନ୍ତା ପ୍ରେମର ଭଣ୍ଡାର

ଅଷ୍ଟ ପ୍ରହର ଚାଲନ୍ତା କୃଷ୍ଣ ରାମ ନାମ

ମନ ମଧ୍ୟେ ନଆସନ୍ତା ଲୋଭ, କ୍ରୋଧ,କାମ

ଚକୁଳିଆ ପଣ୍ଡା ବୁଲୁଥାନ୍ତେ ଦ୍ବାର ଦ୍ବାର

ଗୀତେ ଗୀତେ ଗାଉଥାନ୍ତେ ମହତ୍ଵ ଦାନର

ନଥାନ୍ତା ଅଧିକ ଶୀତ ନା ଅଧିକ ଗ୍ରୀଷ୍ମ

ଜଳବାୟୁ ସୁଖ ଦାୟୀ ନା ଅତି ଶୀତୋଷ୍ଣ

ପଶୁ ପକ୍ଷୀ ପ୍ରକୃତି ବି ହ୍ବନ୍ତେ ଆମ ବନ୍ଧୁ

ପ୍ରବାହିତ ହେଉଥାନ୍ତା ସଦା ପ୍ରେମ ସିନ୍ଧୁ

ସ୍ତୋତ୍ର ଗୁଣେ ସୁସଜ୍ଜିତ ହୁଅନ୍ତା ଧରିତ୍ରୀ

ପୂଣ୍ୟ ରବିକରେ ଯାନ୍ତା ନାଶ ପାପ ରାତି

ପାପ ସଳିତା ଜଳାଇ ପୂଣ୍ୟର ଅଗ୍ନିରେ

ଭସାଇ ଦିଅନ୍ତେ ତାକୁ ଭବ ପାରାବାରେ।

© ଜ୍ୟୋତି ରଞ୍ଜନ ଆଚାର୍ଯ୍ୟ,

ପୋଖରୀପୁଟ, ଭୂବନେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational