ଅଭୂଲା ସେ ମୁହୂର୍ତ୍ତ କିଛି
ଅଭୂଲା ସେ ମୁହୂର୍ତ୍ତ କିଛି
ଦେଖିଥିବା ସ୍ବପ୍ନ ହୋଇଲା ଶାକାର
ପରଲୋକ ଏଠି ହେଲେ ଆପଣାର ।
ସେନ୍ହ ସରାଗରେ ବାନ୍ଧିଲି ଡୋର
ଚାକିରି ପାଇମୁଁ ରହିଲି ସହର ।
ପିଲାଦିନ ସେହି ଗୁଡିମାଟି ବାଲିଘର
ଉପଭୋଗ କରେ ମୁଁ ଆଜି ସେହି ମୁହୂର୍ତ୍ତର ।
ମିଳୁନାହିଁ ଆଉ ଗାଁ ର ଆଦର
ମାଆ ହାତ ରନ୍ଧା ଲୋରି ଗୀତ ଭାରି ସୁନ୍ଦର ।
ମିଳୁନାହିଁ ଆଉ ଭିଜା ମାଟି ବାସ୍ନାର
ଲୁଚିଗଲାଣି ସବୁ ଚାଳ ଛପର ଘର ।
କିଚିରି ମିଚିରି ଶବ୍ଦ ଶୁଭୁନାହିଁ ବାଇଚଢେଇର
କୁହୁ କୁହୁ ଆଉ କହୁନାହିଁ କୋଇଲିର ସ୍ୱର ।
ଭାରି ମନେ ପଡେ ବିତିଯାଇଥିବା ମୁହୂର୍ତ୍ତର
ଆଜିବି ଝୁରେ ମୋ ମନ ଗାଁର ସେନ୍ହ ଆଦର ।