STORYMIRROR

Trushna Das

Abstract Classics Others

3  

Trushna Das

Abstract Classics Others

ଅଭୁଲା ସ୍ଥାନ, ମାଆ ମଙ୍ଗଳାଙ୍କର

ଅଭୁଲା ସ୍ଥାନ, ମାଆ ମଙ୍ଗଳାଙ୍କର

1 min
193

ସେ ଯେ ଅଭୁଲା ସ୍ଥାନ, ମାଆ ମଙ୍ଗଳାଙ୍କର

    କାକଟପୁର ମାଆ ମଙ୍ଗଳାଙ୍କର ମନ୍ଦିର ପୀଠ

ସେଠାରେ ମାଆଙ୍କ କରି ଦର୍ଶନ 

    ଜୀବନ ହୁଏ ଧନ୍ୟ।।


ସେ ଯେ ଅଭୁଲା ସ୍ଥାନ, ମାଆ ମଙ୍ଗଳାଙ୍କର

    ସେଠାରେ ଅଛି ମାଆ ମଙ୍ଗଳାଙ୍କ ଆସ୍ଥାନ 

ସମସ୍ତଙ୍କ ଭାଗ୍ୟରେ ନ ଥାଏ ତାଙ୍କ ଦର୍ଶନ 

    ସେ ଯେ ପବିତ୍ର ସ୍ଥଳ, ମାଆଙ୍କ ଘର।। 


ସେ ଯେ ଅଭୁଲା ସ୍ଥାନ, ମାଆ ମଙ୍ଗଳାଙ୍କର

    ସେଠାକୁ ଗଲେ ମନ ହୁଏ ପବିତ୍ର 

ମନର ସବୁ ଗ୍ଳାନି ହୁଏ ଦୂର 

   ମାଆ ଯେ ଲଗାନ୍ତି ନିଜର।। 


ସେ ଯେ ଅଭୁଲା ସ୍ଥାନ,ମାଆ ମଙ୍ଗଳାଙ୍କର

    ସେଠାରେ କଳା ମୁଗୁନି ପଥର ମୂର୍ତ୍ତି ମାଆଙ୍କର 

ଦିଶଇ କେଡ଼େ ସୁନ୍ଦର 

   ଯେମିତି ମାଆ ହାତ ବଢାଇ ବସିଛନ୍ତି ସମସ୍ତଙ୍କୁ କରିବାକୁ ନିଜର।। 


ସେ ଯେ ଅଭୁଲା ସ୍ଥାନ,ମାଆ ମଙ୍ଗଳାଙ୍କର

   ସେଠାକୁ ଗଲେ ମନରୁ ହୋଇ ଯାଏ ଦୁଃଖ ଦୂର

ଆଶୀର୍ବାଦ ମିଳଇ ମାଆ ଲାଗନ୍ତି ନିଜର

   ଆସିବାକୁ ଇଚ୍ଛା ହୁଏ ନାହିଁ ମନ।।


ସେ ଯେ ଅଭୁଲା ସ୍ଥାନ,ମାଆ ମଙ୍ଗଳାଙ୍କର

    ସେଠାରେ ରହିଯିବାକୁ ହୁଏ ମନ ମୋର

ଚିରଦିନ ରହି କରିବାକୁ ସେବା ତାଙ୍କର

    ତାହା ଯେ କାକଟପୁର ମଙ୍ଗଳାଙ୍କ ମନ୍ଦିର ପୀଠ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract