Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

anusaya Raut

Tragedy

3  

anusaya Raut

Tragedy

ଅଭୁଲା ସ୍ମୃତିରେ ତୁ

ଅଭୁଲା ସ୍ମୃତିରେ ତୁ

1 min
155



ଝୁରୁଛି ନୟନ ତୋ ଚନ୍ଦ୍ର ବଦନ

    ହଜିଗଲୁ ତୁ କୁଆଡେ l

ତୋ ଗୁଣ ଗାରିମା ସପନ ସାଜିଲl

    ଅଭୁଲା ସ୍ମୃତି ଉହାଡ଼େ l


କେଉଁ ଅପରାଧେ ଦଣ୍ଡ ଦେଲୁ ଅବା

    ପ୍ରିୟଜନଙ୍କୁ ତୋହର l

ଭାବିଲୁନି ଥରେ କିପରି ରହିବେ

  ହୋଇ ତୋଠାରୁ ଅନ୍ତର l


ତୋର ପାଦ ଶବ୍ଦ ହୁଏ ପ୍ରତିଧ୍ୱନି

    କର୍ଣ୍ଣେ ଆମ ଅହରହ l

ତୋର ଚପଳାମୀ ଝୁରେ ଆଜି ମନ

    ବ୍ୟଥିତ ହୁଏ ହୃଦୟ l


ଶୁଖୁ ନାହିଁ ଅଶ୍ରୁ ଧାର ଯେ ଲୋଚନୁ

    ଦିବାନିଶି ଅବିରତ l

ପଶ୍ଚାତାପ ହୁଏ ଦୋଷ ରହିଗଲା

    ଅବା ତୋହର ନିକଟ l


ଶିକ୍ଷା କି ସଂସ୍କାର ଦେବାରେ ଆମର

    ରହିଗଲା କିବା ତ୍ରୁଟି l

ଆଦର ଯତନ କି ତୋ କମିଗଲା

   ନେଲୁ ଚିରଦିନ ଛୁଟି l


କିପରି ଭୁଲିବୁ ଭୁଲି ତ ପାରୁନୁ

   ତୋହରି ମଧୁର ଭାଷ l

ଶୟନେ ସ୍ୱପନେ ଜାଗରଣେ ଆସେ

  ତୋର ଖିଲି ଖିଲି ହସ l


ରୋଷ ବହି ତୁହି ଗଲୁ ଯେଉଁ ଦେଶ

   ଅଫେରା ରାଇଜ ସେତ l

ଚପଳାମୀ ଅବା ଦୁର୍ବୁଦ୍ଧି ତୋହର

    ବାଟବଣା ହେଲୁ ପଥ l


ଜୀବନର ମୂଲ୍ୟ ବୁଝିବା ଆଗରୁ

   ହେଲା କିବା ମତିଭ୍ରମ l

ସରଳ ନିଷ୍ପାପ ପ୍ରାଣକୁ ହlରିଲୁ

   ବନ୍ଧୁତା କରି ଦୁଃର୍ଜନ l


ମିଛ ମାୟା ଏହି ସଂସାରରେ ଅବା

   କିଏ ଅଟଇ କାହାର l

ବାପ ମାଆ ପରିଜନ ଝୁରୁଛନ୍ତି 

   ବିଷ ଲାଗଇ ଆହାର l

 



Rate this content
Log in

Similar oriya poem from Tragedy