Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

anusaya Raut

Others

3  

anusaya Raut

Others

ତ୍ରିରଙ୍ଗା

ତ୍ରିରଙ୍ଗା

1 min
405


ତ୍ରିରଙ୍ଗା... ହୋ ତ୍ରିରଙ୍ଗା.....(2)


ଶାନ୍ତି ମୈତ୍ରୀ ଓ ପ୍ରୀତିର ପ୍ରତୀକ

 ମୋ ଦେଶ ଜାତୀୟ ପତାକା ତ୍ରିରଙ୍ଗା l

ଯେଦେଶେ ବହୁଛି ପୂଣ୍ୟୋତୟା ନଦୀ

  ତ୍ରିବେଣୀ ଯମୁନା ସରସ୍ୱତୀ ଗଙ୍ଗା l l

ତ୍ରିରଙ୍ଗା...... ହୋ ତ୍ରିରଙ୍ଗା.......(2)


ତିନୋଟି ରଙ୍ଗରେ ସୁସଜ୍ଜିତ ଧ୍ୱଜା

  ଦେଶପ୍ରେମ ରସେ ହୋଇଅଛି ଭିଜା l

କେଶରୀ ରଙ୍ଗଟି ଦେଉଛି ସୂଚନା

   ସାହସୀ ବୀରତ୍ୱ ଆମରି ଭାବନା l

ତ୍ରିରଙ୍ଗା....... ହୋ ତ୍ରିରଙ୍ଗା...... (2)


ଧବଳ ରଙ୍ଗ ଯେ ଶିକ୍ଷା ଦେଉଅଛି

   ସତ୍ୟ ଓ ଶାନ୍ତିର ବାରତା ଧରିଛି l

ସବୁଜ ରଙ୍ଗଟି ଭ୍ରାତୃତ୍ୱ ପ୍ରତୀକ

    ସଭିଙ୍କ ଚେତନା କରିଅଛି ଏକ l

ତ୍ରିରଙ୍ଗା....... ହୋ ତ୍ରିରଙ୍ଗା.........(2)


ପତାକାର ମଧ୍ୟ ଭାଗରେ ସୂଚିତ

   ଅଶୋକ ଚକ୍ରଟି ଜାତୀୟ ସଂକେତ l

ଦେଶର ପ୍ରଗତି ହୁଅଇ ପ୍ରତୀତ

   ମୋର୍ଯ୍ୟ ସମ୍ରାଟ ଅଶୋକଙ୍କ ନିର୍ମିତ l

ତ୍ରିରଙ୍ଗା...... ହୋ ତ୍ରିରଙ୍ଗା........... (2)


ଚବିଶିଟି ଅର ରହିଛି ସେ ଚକ୍ରେ

    ଧର୍ମଚକ୍ର ରୂପେ ହୋଇଛି ବିଦିତ l

ଆନ୍ଧ୍ରପ୍ରଦେଶର ପିଙ୍ଗାଳି ଭେଙ୍କୟା

    ଜାତୀୟ ପତାକା ତାଙ୍କରି କଳ୍ପିତ l

ତ୍ରିରଙ୍ଗା... ହୋ ତ୍ରିରଙ୍ଗା.......... (2)


ମୋ ଦେଶ ଜାତୀୟ ପତାକା ତ୍ରିରଙ୍ଗା

    ଗାଉଥାଏ ଦେଶପ୍ରେମର ଗୀତିକା l

କଳା ଭାସ୍କର୍ଯ୍ୟର ପରିପୂର୍ଣ୍ଣ ଦେଶ

   ବଇଭବ ଶାଳୀ ମୋ ଦେଶ ମାତୃକା l

ତ୍ରିରଙ୍ଗା.......... ହୋ ତ୍ରିରଙ୍ଗା



Rate this content
Log in