ଆସୁଛି କାଳିଆସୁନା
ଆସୁଛି କାଳିଆସୁନା
ଆସୁଛିରେ ମୋ କାଳିଆ ସୁନା
ରଥରେ ବସିବ ଭକତ ବିନା l
ବଡଦାଣ୍ଡ ଆଜି ପଡିଛି ଫାଙ୍କା
ଶୁଣା ଯାଉ ନାହିଁ ଭକତ ଡକା ll
ପତିତ ଦର୍ଶନ ପାଇଁ ଏଯାତ
କାହିଁକି କରୁଛୁ ମିଛରେ ନାଟ l
ଦୁଇବର୍ଷ ହେଲା ବିନା ଭକ୍ତରେ
ରଥରେ ବୁଲୁଛୁ କେଉଁ ସୁଖରେ ll
ତୁ ପରା ଭକତ ବନ୍ଧୁ
ଭକତ ପାଇଁ ତୋ ନାମ କୃପାସିନ୍ଧୁ l
ଭକତର ଏହି ଦୁର୍ଦ୍ଦିନରେ
କେମିତି ନୀରବେ ବସିଛୁ ମନ୍ଦିରେ ll
ଅନନ୍ତ କୋଟି ବ୍ରହ୍ମାଣ୍ଡ
ତୋର ଇସାରାରେ ହୁଅନ୍ତି ରୁଣ୍ଡ l
ରଥରେ ରୂପ ବାମନ
ପୁନଃଜନ୍ମୁ ମୁକ୍ତି କଲେ ଦର୍ଶନ ll
ଦଳିତ ଦର୍ଶନ ପାଇଁ ବାହାରୁ
ବରଷକୁ ଥରେ ଶ୍ରୀମନ୍ଦିରରୁ l
ଆଜି ଭକ୍ତ ବିନା ତୋ ନନ୍ଦିଘୋଷ
ବଡଦାଣ୍ଡେ ବିଜେ ଲୀଳାମାନୁଷ ll
କାହାକୁ ଦେବୁ ତୁ ଆଜି ଦର୍ଶନ
ତୋ ଭକ୍ତ ରହିଁଛି ହୋଇ ବନ୍ଧନ l
ଅଦୃଶ୍ୟ ଭୂତାଣୁ କରିଛି ଗ୍ରାସ
ମୁକ୍ତି କର ପ୍ରଭୁ ନିବାରି ତ୍ରାସ ll
ପୂର୍ବପରି ଭକ୍ତ ହୁଅନ୍ତୁ ରୁଣ୍ଡ
ପୁରି ଉଠୁ ତୋହର ବଡଦାଣ୍ଡ l
ଭକତ ଜନଙ୍କ ମନ ହରଷ
ଦରଶନ କରି ହୁଅନ୍ତୁ ତୋଷ ll
