ପ୍ରୀତିଫୁଲ
ପ୍ରୀତିଫୁଲ
ମୋ ମନ କାନନେ ମହକାଇ
ତୁମେ ପ୍ରୀତିଫୁଲର ବାସ୍ନା।
ହଜାଇ ଦେଲ ମନ ଗହନେ
ହୋଇଲି ମୁଁ ଗୋ ଆନମନ। ।।
ପ୍ରେମର ଜୋଛନା ମଧୁଝରା
ବୁଣି ଦେଇଛ ଦେହ ସାରା ।
ଭୁଲିଗଲ ସିନା ତୁମେ ପ୍ରିୟା
ମୋ ହୃଦେ ଅଛ ଅପାସୋରା ।।
ନିଶିଗନ୍ଧା ତୁମେ ରଜନୀର
ମୋ ମନର ଚିର ସୁଗନ୍ଧା ।
ସୁରଭିତ କରି ମୋ ଜୀବନ
ସାଜିଲ ତୁମେ ପ୍ରୀତିଛନ୍ଦା ।
ଭୁଲି ମୁଁ ଗଲି ମୋର ଅସ୍ତିତ୍ବ
ହରାଇଲି ମୋର ନିଜସ୍ୱ ।
ତୁମେ ଚାଲିଗଲ ତୁମ ପଥେ
ହୋଇଗଲି ମୁଁ ଗୋ ନିସ୍ବ ।।
ତୁମ ମାୟାବିନୀ ପୀରତିରେ
ହେଲି ମୁଁ ପାଗଳ ଭ୍ରମର ।
ଛଳନା ଭରା ପ୍ରେମ ରଙ୍ଗରେ
ଭିଜାଇ ହେଲି ମୁଁ ଅଧୀର ।।
ତୁମ କ୍ଷଣସ୍ଥାୟୀ ପ୍ରେମରେ ମୁଁ
ହରାଇ ସର୍ବସ୍ବ ଜୀବନେ ।
ତୁମ ଫେରିବାର ବାଟ ଚାହିଁ
ପ୍ରତିଛବି ଆଙ୍କେ ସପନେ ।।
ଆଶ୍ୱାସନା ଟିକେ ଦେବା ପାଇଁ
ଆସ ଗୋ ପ୍ରିୟା ଏକ ବାରେ ।
ତୁମ ପ୍ରୀତିରେଣୁ ଢାଳି ଦେଇ
ଭିଜାଇ ଦିଅ ପୁଣି ଥରେ ।।

