Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

anusaya Raut

Inspirational

3  

anusaya Raut

Inspirational

ଆହେ ଚକାଆଖି

ଆହେ ଚକାଆଖି

1 min
187


ତୋର ଦର୍ଶନ ପାଇଁ

ମୋ ମନ ହାଇଁ ପାଇଁ

ଉଡି ଉଡି ଶ୍ରୀକ୍ଷେତ୍ର, ଯାଏ ମୋ ମନ ପକ୍ଷୀ l

ଆହେ ଚକାଆଖି(.2)..... l


ତୋ ଚାରୁ ଚନ୍ଦ୍ରମୁଖ

ନିବାରେ ସବୁ ଦୁଃଖ

ଏକାନ୍ତବlସେ ରହି, ହୋଇ କି ପାରୁ ସୁଖୀ

ଆହେ ଚକାଆଖି...(2)....... l


 ପନ୍ଦର ଦିନ କାଳ

ଆହେ ଭକ୍ତ ବତ୍ସଳ

ଚୋରାଇ ଭକ୍ତ ଜ୍ୱର, ନିଜେ ଭୋଗୁଛୁ ବ୍ୟାଧି

ଆହେ ଚକାଆଖି...(2)..... l


ଦୁଇ ବରଷ ହେଲା

କରୋନା ଗ୍ରାସ କଲା

ତୋର ରଥଯାତ୍ରାରେ, ଭକ୍ତ ଆସେ ନାହିଁକି

ଆହେ ଚକାଆଖି ..(2)......l


ପତିତର ଦର୍ଶନ

ପାଇଁ ତୋ ରଥଯାତ

ବିନା ଭକତେ ତୁହି,ରଥlରୁଢ କାହିଁକି

ଆହେ ଚକାଆଖି..(2)...... l


ଘଡ଼ିସନ୍ଧି ମୁହୂର୍ତ୍ତ

ହୋଇଅଛି ଆଗତ

ଭକ୍ତଜନ ଆକୁଳ , ପାରୁନୁ କି ପରଖି

ଆହେ ଚକାଆଖି.(2)........ l


ତୋର ଵାହୁ ପ୍ରସାରି 

ହେ ପ୍ରଭୁ ଗିରିଧାରୀ

ରକ୍ଷାକର ଜଗତ, ଆପଦେ ସର୍ବେ ରଖି

ଆହେ ଚକାଆଖି.(2)........ l



Rate this content
Log in