STORYMIRROR

anusaya Raut

Inspirational

4  

anusaya Raut

Inspirational

ନାରୀର ମହତ୍ୱ

ନାରୀର ମହତ୍ୱ

1 min
175


ତ୍ରେତୟାରେ ସୀତା ଦ୍ୱାପରେ ଦ୍ରୌପଦୀ

ଅଟନ୍ତି ଉଦାହରଣ ।

ନାରୀର ମହତ୍ତ୍ୱର ନିଦର୍ଶନ ଦେଇ 

ଆଦର୍ଶ ସେ ଚିରନ୍ତନ ।।

ନାରୀ ସର୍ବଂସହା ନାରୀ ବନ୍ଦନୀୟା

ଅଜ୍ଞାତ କି ଏ ଜଗତ ।

ନାରୀ ବିନା ନର ଅପୂର୍ଣ୍ଣ ଅଟଇ 

ଶିଖାଇଛି ଲକ୍ଷ୍ମୀ ମାତ ।।

ଅସୀମ ରୂପରେ ଅଧିକାରିଣୀ ସେ

ବର୍ଣ୍ଣିବା ନୋହି ସମ୍ଭବ ।

ମାତା ରୂପ ତାର ଅମୃତ ମଣୋହି

କିଏ ଵା କଳି ପାରିବ ।।

ଜାୟା ଓ ଭଗିନୀ ରହିଥାନ୍ତି ସଦା

ଉନ୍ନତି ପ୍ରଚ୍ଛଦ ପଟେ ।

ନାରୀର ଅସ୍ମିତା ସୁରକ୍ଷା କରିବା

ଆମରି କର୍ତ୍ତବ୍ୟ ଅଟେ ।।

ଆମର ସଂସ୍କୃତି ଦେବୀରୁପେ ସଦା

ନାରୀ କୁ ବନ୍ଦନା କରେ ।

ନାରୀକୁ ସମ୍ମାନ ମିଲଇ ଯେଉଁଠି

ଈଶ୍ୱର ଉଭା ସେଠାରେ ।।


Rate this content
Log in

Similar oriya poem from Inspirational