STORYMIRROR

anusaya Raut

Inspirational

4  

anusaya Raut

Inspirational

ନୀଳ ମାଧବ

ନୀଳ ମାଧବ

1 min
237

ନୟାଗଡ଼ ଜିଲ୍ଲାର କଣ୍ଟିଲୋ ଠାରେ 

ବିରାଜ ନୀଳମାଧଵ l

ମହାନଦୀ କୂଳ ଦକ୍ଷିଣ ପାର୍ଶ୍ୱରେ 

ଏହି ମନ୍ଦିର ସ୍ଥାପିତ ll


ଯମଜ ପାହାଡ଼ ବ୍ରହ୍ମlଦି ପଦ୍ମାଦି

ମଧ୍ୟ୍ୟରେ ବିରାଜମlନ l

ପାଦ କମଳରୁ ସୃଷ୍ଟି ଚିରସ୍ରୋତା

ନିର୍ଝର ପ୍ରବହମାନ ll


ଯାଯାବର ଶବର ସେ ବିଶ୍ୱାବସୁ 

ପାଇଲେ ସ୍ୱପ୍ନ ଆଦେଶ l

ପୂର୍ବକୁ ମୁଁହାଇ ଚାଲ ବିଶ୍ୱାବସୁ

ଅପେକ୍ଷା କରି ସନ୍ଦେଶ ll


ପ୍ରଭାତୁ ଡକାଇ ସମସ୍ତ ଶବର

ଜଣାଇଲେ ବିଶ୍ୱାବସୁ l

ଆମେ ଯାଯାବର ଜାତିରେ ଶବର

ଜୀବିକା ଶିକାର ପଶୁ ll


ଦଳର ମୁଖିଆ କଥା ମାନି ସର୍ବେ

ଅଗ୍ରସର ହେଲେ ପଥ l

ଘଞ୍ଚ ଜଙ୍ଗଲ ପରି ବେଷ୍ଟିତ ସ୍ଥାନ

ରମ୍ୟ ପାହାଡ଼ର ପାଦ ll


ସାୟାହ୍ନେ ପହଞ୍ଚି ଦେଖିଣ ସୌନ୍ଦର୍ଯ୍ୟ

ଆଶ୍ଚର୍ଯ୍ୟ ଶବର କୂଳ l

କେବେ ଦେଖି ନାହୁଁ ଏହିପରି ସ୍ଥାନ

ଗିରି, ବନ, ନଦୀଜଳ ll


ପୁନଶ୍ଚ ନିଶାଦର୍ଦ୍ଧେ ସ୍ୱପ୍ନାଦେଶ ହେଲା

ଯାଯାବର ହେଲା ଶେଷ l

ଚାଷବାସ କରି ବସତି ନିର୍ମାଣ

ସ୍ଥାୟୀ କର ବସବାସ ll


ଶବରପଲ୍ଲୀର ରlଜl ବିଶ୍ୱାବସୁ

ରାଣୀମାତା ପଦ୍ମାବତୀ l

ପ୍ରଭୁଙ୍କ କୃପାରୁ ଜନମ ଲଭିଲେ

ଲଳିତା ନାମ୍ମୀ ଦୁହିତି ll


ଗିରି ପଥରରେ ବସି ଘଣ୍ଟା ଘଣ୍ଟା

 ବିଶ୍ୱାବସୁ ନିରୀକ୍ଷଣ l

ପ୍ରାକୃତିକ ଶୋଭା ମନୋହର ଥିଲା

କରୁଥିଲା ଆକର୍ଷଣ ll


ଶବର ରାଜନ ଜଙ୍ଗଲ ଭ୍ରମଣେ

ବାହାରିଲେ ଏକଦିନେ l

ପଦ୍ମାବତୀ ଠାରୁ ମେଲାଣି ଘେନିଣ

ଗଲେ ନିଘଞ୍ଚ କାନନେ ll


ହରିଣ ଛୁଆଟି ଚରୁଥିଲା ଘାସ

ଦେଖି ମନେ ହେଲା ଲୋଭ l

ଧରିବା ପାଇଁକି ହୁଅନ୍ତେ ଉଦ୍ୟତେ

ମାୟା ହୋଇଲା ମିରିଗ ll


ବାରମ୍ବାର ଦେଖା ଦେଇଣ ହରିଣ

ହେଉଥିଲା ଅନ୍ତର୍ଧ୍ୟାନ l

ପଛେ ପଛେ ଧାଇଁ ସୂର୍ଯ୍ୟାସ୍ତ ହୋଇଲା

ମିଳିଲେ ଘଞ୍ଚ ଅରଣ୍ୟ ll


କ୍ଲାନ୍ତ ବିଶ୍ୱାବସୁ ବଟବୃକ୍ଷ ମୂଳେ

ବିଶ୍ରାମନ୍ତି ତତକ୍ଷଣ l

ବସୁ ବସୁ ସିଏ ନିଦ୍ରିତ ହୁଅନ୍ତି

ଶୂନ୍ୟବାଣୀ ହୁଏ ପୁନଃ ll


ନିକଟ ଗୁମ୍ଫାରେ ବିଦ୍ୟମାନ ମୁଁ ଯେ

ତୁରନ୍ତ କର ଦର୍ଶନ l

ସବୁ ଦିନ ତୁମେ ଅର୍ଚ୍ଚନା କରିବ

ଜାଣିବେନି ଆନ ଜନ ll


ପ୍ରଭାତୁ ଶବର ବିଶ୍ୱାବସୁ ଯାଇ

ମିଳିଲେ ଗୁମ୍ଫା ମଧ୍ୟରେ l

ଅପରୂପ କାନ୍ତି ଚର୍ତୁଦ୍ଧl ମୂରତୀ 

ନାରାୟଣ ଉଭା ତାରେ ll


ନୀଳଗିରି ନାମାନୁସାରେ ନାମିତ

ହୋଇଲେ ନୀଳମାଧଵ l

 କିଛି ଦିନ ଅନ୍ତେ ସ୍ୱପ୍ନାଦେଶ ହୁଏ

ରାଜା ଇନ୍ଦ୍ରଦ୍ୟୁମ୍ନ ଦେବ ll


ନୀଳଗିରି ପାହାଡ଼ର ଗୁମ୍ପା ମଧ୍ୟେ

ମୁଁହି ରହିଛି ରାଜନ l

ମନ୍ଦିର ନିର୍ମାଣି ମୋହର ବିଗ୍ରହ

ତୁରନ୍ତ କର ସ୍ଥାପନ ll



Rate this content
Log in

Similar oriya poem from Inspirational