ପ୍ରିୟ ରସଗୋଲା
ପ୍ରିୟ ରସଗୋଲା
ମିଷ୍ଟାନ୍ନ ଭିତରେ ଶ୍ରେଷ୍ଠ ସେ ଅଟଇ
ଆମ ପ୍ରିୟ ରସଗୋଲା l
ଯାହାର ସୃଷ୍ଟିକୁ ଜାଣିବା ପାଇଁକି
ଇତିହାସ ହେଲା ଖୋଲା l
ଓଡ଼ିଆ ବଙ୍ଗଳା ଲାଗିଲା ବିବାଦ
ରସଗୋଲା ଯେ କାହାର l
ବଳରାମ ଦାସ ଦାଣ୍ଡି ରାମାୟଣ
ଉନ୍ମୁକ୍ତ କଲା ଗୁମର l
ଅନାଦି କାଳରୁ ଜଗନ୍ନାଥ ପାଖେ
ଲାଗି ଯେ କ୍ଷୀର ମୋହନ l
ସଭିଙ୍କର ପ୍ରିୟ ଦେଶରୁ ବିଦେଶ
ଓଡ଼ିଶା ପ୍ରିୟ ମିଷ୍ଟାନ୍ନ l
ମାନ ଭାଙ୍ଗିବାକୁ ମହାମାୟୀଙ୍କର
ରସଗୋଲା ନାଥ ଦେଇ l
ଯୁଗ ଯୁଗ ପାଇଁ କଥା ରଖିଗଲେ
ଜଗତ ନାରୀଙ୍କ ପାଇଁ l
ଓଡ଼ିଆଙ୍କ ପ୍ରିୟ ଓଡ଼ିଶାର ଦିଅଁ
ପ୍ରଭୁ ସେ ଚକା ନୟନ l
ରସଗୋଲା ଖାଇ ନୀଳାଦ୍ରିରେ ବିଜେ
ହୋଇଥାନ୍ତି ଆଜଦିନ l
ସେଥିପାଇଁ ପରା ଆଜିର ଦିନକୁ
ରସଗୋଲା ଦିନ କହି l
ରସ ସର ସର ରସଗୋଲା ଗୋଟି
ଖାଇ ମନ ଯାଏ ମୋହି l
