STORYMIRROR

anusaya Raut

Inspirational

3  

anusaya Raut

Inspirational

ନୀଳାଦ୍ରୀ ବିଜେ

ନୀଳାଦ୍ରୀ ବିଜେ

1 min
252


ମାନବୀୟ ଲୀଳା ସାରି ଶ୍ରୀଜୀଉ ଆସନ୍ତି ଫେରି 

  ଗୁଣ୍ଡିଚା ମାଉସୀ ପାଖେ କଣ୍ଟ କରିଣ l

ବରଷେ ପାଇଁ ଯାଉଛି ଲକ୍ଷ୍ମୀ ଯେ ରୋଷ ହୋଇଛି

  ଜନ୍ମବେଦୀରୁ ଫେରନ୍ତି ସେ କଳାଧନ ll

   ଶୀରି ମନ୍ଦିରକୁ ବାହୁଡେ

ରଥ ଉପରେ ବେଗି ବେଗି ହୋଇ ଚଢେ l01l


ଶରଧାବାଲି ଉଛୁଳେ ଶଙ୍ଖ ମହୁରୀ ମlର୍ଦ୍ଦଳେ

  ଜୟ ଜଗନ୍ନାଥ ଡାକ ପଡଇ ହୁରି l

କେଁ କଟର ଶବ୍ଦ କରି ରଥ ଚକ ଚାଲେ ଗଡି

  ଦେଖି କେତେ ପାପୀ ତପି ଯାଆନ୍ତି ତରି ll

   ରଥlରୁଢ ବାମନ ବେଶ

 ବଡଦାଣ୍ଡେ ଦର୍ଶନ କରି ସୁନାବେଶ l2l


ଶୁକ୍ଳ ଏକାଦଶୀ ତିଥି ସୁନାବେଶ ଯଥା ଵିଧି

  ଅଧାଗଢା ବ୍ରହ୍ମ ଦାରୁ ପୂର୍ଣ୍ଣାଙ୍ଗ ଦିଶେ l

ଦ୍ୱାଦଶୀ ତିଥିରେ ପୁଣି ଅଧର ପଣା ଆଘ୍ରାଣୀ

  ଗୋଟି ପହଣ୍ଡିରେ ଶ୍ରୀମନ୍ଦିରେ ପ୍ରବେଶେ ll

   କ୍ରୋଧେ ଜର୍ଜରିତ କମଳା

 ସିଂହଦ୍ୱାର ଦିଅନ୍ତି କିଳି ନ କରି ହେଳା l3l


ବଚନିକା କରି ଦୁହେଁ ମାଆ କବାଟ ଖୋଲିଦିଏ

  ମଦନ ମୋହନ ଭିତରକୁ ଗମନ୍ତି l

ପୁଣି ରୋଷେ କମଳିନୀ ଜୟ ବିଜୟ କିଳିଣି

  ଛାଡିବିନି ପ୍ରାଣନାଥ ବୋଲି କହନ୍ତି ll

    ରସଗୋଲା ମାଏକୁ ଦେଇ

 କହନ୍ତି ଗୁପ୍ତ ଗୁଣ୍ଡିଚା ନେବେ ବୁଲାଇ l4l


ରାଗ ମିଶା ସ୍ମିତ ହସି ପାଛୋଟି ନିଅନ୍ତି ଆସି

  ବିଜେ ହୁଅନ୍ତି ପ୍ରଭୁ ରତ୍ନ ସିଂହାସନେ l

ବଳଭଦ୍ର ସୁଭଦ୍ରlଙ୍କୁ ବିଜେ କରାନ୍ତି ଭିତରକୁ

  ଆନନ୍ଦେ ଚର୍ତୁଦ୍ଧା ମୂର୍ତ୍ତି ଉଭା ଆସନେ ll

   ଶୁକଳ ତ୍ରୟୋଦଶୀ ତିଥି 

 ନୀଳାଦ୍ରି ବିଜେ ପରବ ଉଲ୍ଲାସେ ପାଳନ୍ତି l5l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational