ଅଭୁଲା ସ୍ମୃତି
ଅଭୁଲା ସ୍ମୃତି
ସ୍ମୃତି ଜୀବନର ଛାତି ତଳ କଥା
ସୁଖ ଦୁଃଖ ଭରା ବ୍ୟଥା
ସମୟ ଚକ୍ରରେ ମିଳେଇ ଯାଇଛି
କିଛି ମରମ ର କଥା।।
ଅତୀତର ସେହି ଜୀବନ ପୃଷ୍ଠାର
ଅଧ୍ୟାୟ ମନେ ପଡ଼ଇ
କିନ୍ତୁ ତମ ନାମ ମନେ ରହିଗଲା
ସ୍ମୃତି ତମେ ଗଲ ହୋଇ ।।
ମନରେ ରହିଲା 💘ମୋ ମନର କଥା
ତମେ ପାରିଲନି ବୁଝି
ଭାବି ବି ତୁମକୁ କହି ପାରିଲିନି
ପାରିଲିନି ଜମା ବୁଝି ? ।।😢
ପିଲା ବେଳେ ତମେ ହେଉ ଥିଲା ରାଣୀ
ମୁ ହେଉ ଥିଲି ରାଜା👑
ଭାଙ୍ଗି ଗଲା ସେଇ 🏡ବାଲି ଘର ଆମ
କେବେ ପଡ଼ିଲାଣି ବୁଝା ।।😭
ସାଙ୍ଗ ସାଥି ହୋଇ ମିଶିକି ଖେଳୀଛେ
ପଢ଼ିଛେ ଏକାଠି ପାଠ 📓
ସେହି ବାଲି ଖେଳ ନାହିଁ ଏବେ ବେଳ
ସମୟ ହେଲାଣି ମଠ ।।⛹️♀️⛹️
ମୋସାଥିରେ ତମେ ଖେଳିବା ପାଇଁ କି
କେତେ କରୁଥିଲ ଅଳୀ
ଲୁଚି କରି ତମେ 🏡 ଘରୁ ଚାଲି ଆସ
ଶୁଣିଛ ମୋ ପାଇଁ ଗାଳି।।🤼
ସାଥି ହୋଇ କେତେ 🎎 ମେଳା ରେ ବୁଲିଛେ
ବାଡିରୁ ତୋଳିଛେ କୋଳି
ଗାଁ ମୁଣ୍ଡ ସେହି 🎋 ବର ଓହଳରେ
ଖେଳିଛେ ବହୁତ ଦୋଳି ।।🚵
ଚପଳାମୀ ବେଳ 🤹♂️ 🤾ବୁଝେ ଖାଲି ଖେଳ
ଭାଙ୍ଗେ ତୋଳେ କେତେଘର🛖
ସମୟ ସ୍ରୋତରେ 🕰️ ସବୁ ଭାସି ଗଲା
ମିଳୁନି ଅସ୍ତିତ୍ଵ ତାର ।।🌪️
ଭାରି ଭଲ ଥିଲା 💑 ସେହି ପିଲା ଦିନ
ନ ଥିଲା ଆକଟ କିଛି
ଦିନ ହେଉ ରାତି 🌅 ସଞ୍ଜ କି ସକାଳ
ଖେଳିଚେ ବହୁତ କିଛି ।।🤼
ସେ ଖେଳ ଭିତରେ ଲୁଚି ରହି ଥିଲା
ଦୁଇଟି ମନର କଥା💝
ତମେ ବା କେମିତି ବୁଝି ପାରି ଥାନ୍ତ
ସେପ୍ରତି ନ ଥିଲା ମଥା ।।👩❤️👩
ଟିକେ ଡେରି ହେଲେ 🥰 ମୁହଁକୁ ଫୁଲେଇ
ବସୁଥିଲ ହୋଇ ଏକା
ପାଖେ ଥିଲାବେଳେ ର।ଗୁ ଥିଲ ତମେ
ନୀତି ଦିନିଆ ଏ କଥା ।।😪
ତମ ରାଗ ଋଷା ଭାରି ଭଲ ଲାଗେ
ଯେବେ ପିନ୍ଧ ନାଲି ଚୁଡ଼ି💃
ପାଦର ପାଉଁଜି 👣 ରୁଣ ଝୁଣ ଶୁଭେ
ଚିଡ଼ାଏ ତମକୁ ବୁଢ଼ୀ ।।😝
ଭାରି ଭଲ ଥିଲା 👧 ସେହି ପିଲା ଦିନ
ସମୟ ନେଲା ଛଡାଇ
ଅତୀତ ର ସ୍ମୁତି ଭାରି ମନେ ପଡେ
କୁଆଡେ ଗଲା ମିଳେଇ।।🌧️
ଅଧୁରା ରହିଲା 💞 ମୋ ମନର କଥା
ତମେ ପାରିଲନି ଜାଣି
ସମ୍ପର୍କ ଆମର 💝 ବନ୍ଧୁରେ ରହିଲା
ସୁଖରେ ରୁହ ମୋ ରାଣୀ ।।
...................👭...............

