STORYMIRROR

sushama Parija

Tragedy

3  

sushama Parija

Tragedy

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

2 mins
26K



ଏମିତିକା କଥା ତ ନଥିଲା, ହ।ତଧରି ଚାଲୁ ଚାଲୁ

ବାଟଭାଙ୍ଗି ଚାଲିଯିବ ବୋଲି ।

ବାହାବେଦୀରେ ସାତଦୀପ ,ଷୋଳକଳସ ସହ

ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖି ପରା ସାତ ବଚନ ଦେଇଥିଲ

ସାଥୀ ମୋର ହେବ ବୋଲି ସାତଜନ୍ମ ଯାଏଁ।

ଇଏ କ'ଣ କଲ ?

ଗୋଟିଏ ଜନ୍ମ ବି ସାଥୀ ହୋଇ ରହି ପାରିଲନି,

ଆଖି ପିଛୁଳାକେ ହାତରୂ ହାତ ଖସେଇ ଉଭାନ୍ ହେଇଗଲ

ଥରଟିଏ ବି ଭାବିଲନି କେମିତି ରହିବୁ ଆମେ ତୁମବିନା।

ଟିକିଏ ହେଲେ ବି ଭାବିଲନି ମୋ କଥା

ତମର ନଅ ବର୍ଷର ମାମା ଆଉ ଚାରି ବର୍ଷର ବାବାଙ୍କ କଥା,

ତମ ଘରକରଣାର କଥା,

ଯାହାକୁ ସମ୍ଭାଳିବାକୁ ତମେ ବାହାଘରର

ଦଶ ବର୍ଷ ଯାଏ

ଘରୁ ଗୋଡକାଢି ଯାଇ ନଥିଲ ମୋ ସାଥିରେ

ମୋର ଶତ ଅନୁରୋଧ ପରେ ବି ।


ସବୁ ତ ସେଇମିତି ଅଛି,

ଡ୍ରେସିଂ ଟେବୁଲ ଉପରେ ତମ ରୂପାର ସିନ୍ଦୂର ଫରୁଆ,

ମାଳ ମାଳ ଚୁଡି, ଭଳିକିଭଳି ଆର୍ଟିଫିସିଆଲ୍ ଜୁଏଲାରୀ,

ଆଲ୍ ମୀରା ରେ ଥାକ ଥାକଶାଢୀ ଆଉ ଡ୍ରେସ୍ ମାନ,

ହଳକୁ ହଳ ଡିଜାଇନର ଚପଲ ସବୁ ଥାକରେ ସେମିତି ପଡି ରହିଛି ।

ଖାଲି ତମେ ନାହଁ ,

ଚାଲି ଯାଇଛ ମତେ ନିଃସଙ୍ଗ କରି, ନିର୍ବାକ୍ କରି ।

ଲକ୍ଷ ଲକ୍ଷ ଶତୃମାନଙ୍କ ସହିତ ଲଢି ଲଜି ଫେରିଥିବା ବୀର ସୈନିକଟିଏ ମୁଁ

ଆଜି ନିଜ ଅନ୍ତରାତ୍ମା ସହ ଲଢେଇ କରି ହାରି ଯାଉଛି, ଥକି ଯାଉଛି,

କେମିତି କାଟିବି ଏତେ ଲମ୍ବା ଜୀବନ?

କେମିତି ମଣିଷ କରିବି ପିଲାମାନଙ୍କୁ??

କେମିତି ଭୁଲିବି ତମକୁ ? ??

ସଂସାର ପ୍ରତି ଚିରଦିନ ଉଦାସୀନ ଏଇ ମଣିଷଟାକୁ

ସତର ବର୍ଷ କାଳ ତମେ ହିଁ ସମ୍ଭାଳି ଥିଲ ତମ ପାରିବାପଣିଆ ରେ

ଆଉ ଏବେ ମୁଁ ଉବୁଟୁବୁ ହୋଇ ଅଣନିଃଶ୍ବାସୀ ହୋଇ ଯାଉଛି ,ଥଳକୂଳ ପାଉନି ,

ତମେ ଦୂର ଆକାଶରେ ତାରାଙ୍କ ମେଳରେ ହସୁଛ , ମୋ ନିପାରିଲାପଣିଆ ଦେଖି ।


ଅକାଳରେ ଝରି ପଡିଥିବା ଶେଫାଳି ମୋ'ର !

ଥରଟିଏ ତ ଆସ। ମତେ ବଂଚିବାର ରାହା ବତେଇ ଯାଅ।

ମୋ ବିନିଦ୍ର ଆଖିରେ ନିଦ ଟିକେ ଦିଅ।

ମତେ ତମ ବିନା ଜିଇଁବାର କଳା ଟି ଶିଖାଅ।


Rate this content
Log in

Similar oriya poem from Tragedy