ଅଭୁଲା ମୁହୂର୍ତ୍ତ
ଅଭୁଲା ମୁହୂର୍ତ୍ତ
କୁନି ପିଲାଟିର କଅଁଳ ମନରୁ
କୁନି ମୁହଁରେ ତା' କୁନି ହସରୁ
ଜାତହୁଏ ସଦଭାବନାର ସୁନ୍ଦର ସମୟ
ହୋଇଉଠେ ସମୟର ସୌନ୍ଦର୍ଯ୍ୟଭରା ବିନିମୟ ।
ଅତିବାହିତ ସମୟ ସହ ସାଙ୍ଗ ହୋଇ
ଆଜି ଭାବୁଛି ମୁଁ କିଛି, ଭାବନାରେ ବିଲୁପ୍ତ ହୋଇ
ବୟସ ବଢିଛି ସତ, ହେଲେ, ମନ ଏବେ ବି' ଛୋଟ ଅଛି
ପଛ କଥା ସହ ମନ ନେଇ,ଆଗକୁ ବଢୁଛି ।
ଆଜି ମନେ ପଡେ,
ବୃଦ୍ଧକାଳେ ସେଇ ମନୋହର ମୁହୂର୍ତ୍ତ
ଅବୁଝା ଭାଷାର ସେହି ପ୍ରତ୍ୟେକ ବାର୍ତ୍ତାଳାପ
ବାଡି ଧରି ଛିଡା ହୋଇ ଲାଗେ ଆଗକୁ ଚାଲିଲା ପରି
ଲାଗେ ସେ ବିଗତ ଦିନ ଗତ କାଲି ପରି ।
