STORYMIRROR

ସନାତନ ଦାସ

Tragedy

3  

ସନାତନ ଦାସ

Tragedy

ଅଭୁଲା ମୁହୂର୍ତ୍ତ

ଅଭୁଲା ମୁହୂର୍ତ୍ତ

1 min
228

ଭୁଲି ମୁଁ ପାରୁନି ସେଇ ଅଭୁଲା ମୁହୂର୍ତ୍ତ

ଯାହା କାଟୁଥିଲି ତୁମ ସହ,

ଦିନ ବିତି ଯାଏ ରାତି ବିତି ଯାଏ ଲିଭେ ନାହିଁ ତୁମ ମୁହଁ..!!


କେଉଁ ଏକ ଦୁର୍ବଳ ମୁହୂର୍ତ୍ତେ ହୋଇଥିଲା ତୁମ ସହ ଦେଖା,

ଆଖି ମିଶି ଗଲା ମନ ମିଶିଗଲା

ମୁଁ ହୋଇଗଲି ତୁମ ସଖା..!!


ମୋ ମନ ରାଇଜ ଅଧିକୃତ କଲ କରିଦେଇ ମୋତେ ଗୁଣି,

ପ୍ରେମର ଗଳ୍ପରେ ମୁଁ ହେଲି ରାଜା

ତୁମେ ହେଲ ମୋ ରାଣୀ..!!


ସମୟ ବିତିଲା ମନ ବଦଳିଲା ପ୍ରେମ ହୋଇଗଲା ଯେବେ ଉଣା,

ଆମର ସେଇ ଅଭୁଲା ମୁହୂର୍ତ୍ତ କେବେ ସରିଗଲା ପଡ଼ିଲାନି ମୋତେ ଜଣା..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy