STORYMIRROR

ସନାତନ ଦାସ

Tragedy

3  

ସନାତନ ଦାସ

Tragedy

ଅଭୁଲା ମୁହୂର୍ତ୍ତ

ଅଭୁଲା ମୁହୂର୍ତ୍ତ

1 min
223

ଭୁଲି ମୁଁ ପାରୁନି ସେଇ ଅଭୁଲା ମୁହୂର୍ତ୍ତ

ଯାହା କାଟୁଥିଲି ତୁମ ସହ,

ଦିନ ବିତି ଯାଏ ରାତି ବିତି ଯାଏ ଲିଭେ ନାହିଁ ତୁମ ମୁହଁ..!!


କେଉଁ ଏକ ଦୁର୍ବଳ ମୁହୂର୍ତ୍ତେ ହୋଇଥିଲା ତୁମ ସହ ଦେଖା,

ଆଖି ମିଶି ଗଲା ମନ ମିଶିଗଲା

ମୁଁ ହୋଇଗଲି ତୁମ ସଖା..!!


ମୋ ମନ ରାଇଜ ଅଧିକୃତ କଲ କରିଦେଇ ମୋତେ ଗୁଣି,

ପ୍ରେମର ଗଳ୍ପରେ ମୁଁ ହେଲି ରାଜା

ତୁମେ ହେଲ ମୋ ରାଣୀ..!!


ସମୟ ବିତିଲା ମନ ବଦଳିଲା ପ୍ରେମ ହୋଇଗଲା ଯେବେ ଉଣା,

ଆମର ସେଇ ଅଭୁଲା ମୁହୂର୍ତ୍ତ କେବେ ସରିଗଲା ପଡ଼ିଲାନି ମୋତେ ଜଣା..!!


Rate this content
Log in

Similar oriya poem from Tragedy