STORYMIRROR

SADASIBA NAYAK

Inspirational

5.0  

SADASIBA NAYAK

Inspirational

ଅଭୁଲା ଅତୀତ

ଅଭୁଲା ଅତୀତ

1 min
27.6K


ତୁମେ ଏକ ଅଭୁଲା ଅତୀତ

କେବେ ଶୈଶବର ଚପଳତାରେ ଉଜ୍ଜୀବିତ,ଉଲ୍ଲସିତ।

କେବେ ଯୌବନର ମାଦକତାରେ ଉନ୍ମାଦିତ,ଉଚ୍ଛୃଙ୍ଖଳିତ।

କେବେ ପୁଣି ଜୀବନର ସାୟାହ୍ନରେ ସଂସ୍କୃତ,ପରିମାର୍ଜିତ।

ତୁମେ ଏକ ଅଭୁଲା ଅତୀତ

କେବେ ଧରିତ୍ରୀ ମାତା ପରି ଜଡ ଆଉ ସୁପ୍ତ।

କେବେ ଜାହ୍ନବୀର ଜଳପରି ପୁତ ଓ ପବିତ୍ର।

କେବେ ତରଙ୍ଗାୟିତ ସାଗରପରି ଅଧୀର ଓ ଅଶାନ୍ତ।

ତୁମେ ଏକ ଅଭୁଲା ଅତୀତ

କେବେ ଅଣଚାଷ ବତାସପରି ଉନ୍ମାଦିତ ଓ ବ୍ୟଥିତ।

କେବେ ଦୁର୍ଭିକ୍ଷର ତାଡନାରେ ପିଡୀତ,ବିଭୂକ୍ଷିତ।

କେବେ ପ୍ରଚୁର ବୃଷ୍ଟିପାତରେ ସିକ୍ତ ଓ ବିପ୍ତାତ।

ତୁମେ ଏକ ଅଭୁଲା ଅତୀତ

କେବେ ବୈଜ୍ଞାନିକ ପରିକଳ୍ପନାରେ ପରିବର୍ତ୍ତିତ,ବିଶ୍ୱବିଦିତ।

କେବେ ପୁଣି ବିଶ୍ୱନିୟନ୍ତାଙ୍କ ଦ୍ୱାରା ନିୟନ୍ତ୍ରିତ,ସଂସ୍ଥାପିତ।

ହେଲେ ହେ ଅତୀତ

ତୁମ ଭିତରେ ରହିଛି ବର୍ତ୍ତମାନ ଓ ଭବିଷ୍ୟତ

ତୁମେ ଏକ ସ୍ମୃତିର ଇତିହାସ

ତୁମେ ନୁହଁ ଭୂତ କି ବିଗତ

ତୁମେ କେବଳ ସ୍ମୃତିର ଅଭୂଲା ଅତୀତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational