STORYMIRROR

Bijay Prusty

Fantasy

3  

Bijay Prusty

Fantasy

ଅଭକ୍ତର ସ୍ୱୀକାରୋକ୍ତି

ଅଭକ୍ତର ସ୍ୱୀକାରୋକ୍ତି

1 min
124


ଭକତଟିଏ ମୁଁ କହିବା ପାଇଁକି

ଲେଉଟୁନାହିଁ ମୋ ଜିଭ

ଭକ୍ତି ବୋଲି କିଛି ମୋ ଭିତରେ ନାହିଁ

ନାହିଁରେ ଭକତି ଭାବ I


ପାପର ମାଳା ମୁଁ ଲମ୍ବାଇଛି ଗଳେ

ମଥାରେ ପାପର ଭାର

ପାପ ଚକ୍ଷୁ ନେଇ କେମିତି କାଳିଆ

କରିବି ଦର୍ଶନ ତୋର I


ଭାବଗ୍ରାହି ତୁହି ଭାବର ଠାକୁର

ସରବେ ବୁଲନ୍ତି କହି

ତା ହେଲେ ତୁ ମୋତେ ଭକତିର ମାର୍ଗ

କିଆଁ ଦେଖାଇଲୁ ନାହିଁ I


ଚାଲି ଚାଲି ବାଟ ଥକିଗଲି ବୋଲି

ମନେ ପଡିଲା ତୋ କଥା

ତୋତେ ଯେ ଡାକଇ ତୁ କାଳେ ତାହାର

ହରି ନେଉ ସବୁ ବ୍ୟଥା I


ସରି ଆସିଲାଣି ଜୀବନ ମୋହର

ଡାକିନି ତୋତେ ମୁଁ ଦିନେ

ଦୁଃଖେ ପଡି ଆଜି ଅବେଳେ ଡାକୁଛି

ଶୁଣିବୁ କି ଟିକେ କାନେ I


ଭକତ ତୋହର ହେବାପାଇଁ ଜଗା

ବଳିଛିରେ ମୋର ମନ

କେମିତି ତୋ ପାଦେ ସମର୍ପିବି ମୋତେ

କହିଦେ ଚକାନୟନ I

   


Rate this content
Log in

Similar oriya poem from Fantasy