STORYMIRROR

Sonali Swapna Patra

Abstract Classics

3  

Sonali Swapna Patra

Abstract Classics

ଅଭିଯୋଗ

ଅଭିଯୋଗ

1 min
198


ଆଖି ଥାଇ ଯଦି ଦେଖି ତୁ ପାରୁନୁ

ଦୁଃଖିର ଦୁଃଖକୁ ଥରେ,

ତୁହି କି ବୁଝିବୁ ମରମ ବେଦନା

ଭକ୍ତ ସିନା ଡାକି ମରେ ।


ଲୋଡା ଅଲୋଡାର ସଂସାର ଭିତରେ

ତୁହି ପରା ବଡଭୋଗି,

ଦୁଃଖୀର ଲୁହକୁ କାହିଁକି ଦେଖିବୁ

ସିଏ ବଡଦାଣ୍ଡ ଯୋଗି ।


ପେଟ ପାଇଁ ଏଠି ବିକେ ମାଆ ଛୁଆ

ତୁହି ପରା ନିତି ଭୁଞ୍ଜୁ,

କି ନାଟ ଲଗେଇଛୁ ନାଟନାଗର

ଚାହୁଁଛୁ ଭକତ ଖୋଜୁ ।


କାଳିଆ କାଳିଆ କେତେ ମୁଁ ଡାକୁଛି

ତୋତେ କିବା ଶୁଭେ ନାହିଁ,

କେତେ ଅଭିଯୋଗ ଦେବି ତୋତେ ଆଉ

ସବୁ ଜାଣି ହସୁ ତୁହି ।


ଆଉ କରିବିନି ଅଳୀ ଅଭିମାନ

ତୋର ଶ୍ରୀମନ୍ଦିର ଆଗେ,

ଏତେ ହୀନିମାନ କରନାହିଁ ମୋତେ

ଭିକ ପଛେ ମୁହିଁ ମାଗେ ।




Rate this content
Log in

Similar oriya poem from Abstract