ଅଭିଶପ୍ତା ଅହଲ୍ୟା(ଚୋଖି ବୃତ୍ତେ)
ଅଭିଶପ୍ତା ଅହଲ୍ୟା(ଚୋଖି ବୃତ୍ତେ)
ଅହଲ୍ୟା ସୁନ୍ଦରୀ ପୁଣି, ଗଢିଲେ ବିଧାତା ଜାଣି
ସ୍ୱର୍ଗ ଭୁବନେ ରହିଲା ସେହି ସୁନ୍ଦରୀ
କ୍ରମେ ଯୌବନରେ ପାଦ, ମନରେ ଭରା ଆନନ୍ଦ
ମୋହିତ ହୋଇଲା ପ୍ରାୟ ସରଗ ପୁରୀ
ତା' ବିବାହ ପ୍ରସ୍ତାବ ଧାରେ
ବିଜୟୀ ହୋଇବ ଯିଏ ସର୍ତ୍ତର ଗାରେ *
ପ୍ରଥମେ ତ୍ରିଲୋକ ଘୁରି, ଯିଏ ବା ଆସିବ ଫେରି
ବିଜୟୀ ପ୍ରାର୍ଥୀଙ୍କୁ କ୍ରମେ ହେବ ବରଣ
ଶୁଣି ଦେବରାଜ ଇନ୍ଦ୍ର ,ଆପେ ହୋଇଲେ ଆନନ୍ଦ
କରିଲେ ସହଜେ ପୁଣି ପରି-ଭ୍ରମଣ
ସେ ସର୍ତ୍ତର ନିୟମ ଧାରେ
ନାରଦ ସଠିକ ତଥ୍ୟ କହିଲେ ଧୀରେ
ବିଜେତା ଗୌତମ ହେଲେ, ପ୍ରଶଂସା ପୁଣି ଲଭିଲେ
ଗୋମାତା ପ୍ରସବ ବେଳେ ସେଇ ଗୌତ
କ୍ରମେ ଚାରି ପାଶେ ଘୁରି, ବୁଲି ଆସିଲେ ସେ'ଫେରି
ତ୍ରିଲୋକ ସହିତ ତାହା ପ୍ରାୟତଃ ସମ
ସେ ବିଜୟ ବେଦର ଗାର
ଅହଲ୍ୟା ସାଥିରେ ସେହି ବିବାହ ସ୍ଥିର
ଅହଲ୍ୟା ଯୌବନ ମୋହ,ଇନ୍ଦ୍ରଙ୍କ ମନରେ କୋହ
ସମ୍ଭୋଗ ଲାଳସା କ୍ରମେ ହୃଦୟେ ବହି
ପୁଣି ସୁଯୋଗକୁ ଚାହିଁ,ନିଜକୁ ନିଜେ ବୁଝାଇ
ଚନ୍ଦ୍ରଙ୍କୁ ନିର୍ଦ୍ଦେଶ ସହ ଲୁଚିବା କହି
ସେ ଯୋଜନା ସଫଳ ଅର୍ଥେ
ଲୁଚିଲେ ସହଜେ ଚନ୍ଦ୍ର ଇନ୍ଦ୍ରଙ୍କ ହିତେ
ପ୍ରଭାତ ହେବାର ଭ୍ରମ, ଗୌତମ ମଣିଲେ ସମ
ବାହାର ହୋଇଲେ ସ୍ନାନ ଶୌଚ ନିମନ୍ତେ
କୁଟୀରେ ଅହଲ୍ୟା ଏକା,ଛଦ୍ମ ବେଶେ ଇନ୍ଦ୍ର ଦେଖା
ସମ୍ଭୋଗ ଲାଳସା ପ୍ରାୟ ସଫଳ ଅର୍ଥେ
ସେ' ସମୟେ ଅହଲ୍ୟା ଧୀରେ
ପଚାରି ବୁଝିଲେ କିମ୍ପା ଫେରିଲେ ବାରେ
କାମନା ପ୍ରତ୍ୟୟ ହେଲା ,କହିଲେ ପ୍ରେମରେ ଭଲା
ନିରୀହ ଅହଲ୍ୟା ସ୍ଥିର ରହି ସେଠାରେ
କ୍ରମେ ଛଦ୍ମବେଶୀ ପ୍ରତି ,ଆପେ ପୂର୍ଣ୍ଣ ସହ-ମତି
ସଂଯୁକ୍ତ ହୋଇଲେ ରତି କ୍ରୀଡାର ଧାରେ
ସେ' ବେଳରେ ଚନ୍ଦ୍ର ଉଦୟ
ପ୍ରଭାତ ହେବାର ଭ୍ରମ ତୁଟିଲା ପ୍ରାୟ
ସେ' ୠଷି ଗୌତମ ଜାଣ, ଫେରି ଆସିଲେ ବହନ
ପହଞ୍ଚି ଆଶ୍ରମ ଓ କୁଟୀର ଭିତରେ
ଦେଖି ଋଷି ସ୍ଵଚକ୍ଷୁରେ,କ୍ରୋଧିତ ହେଲେ ହୃଦରେ
ଅଭିଶାପ ଦେଲେ ଋଷି ନିଜ ମୁଖରେ
ସେ ବଚନ ସତ୍ୟ ଅଟଇ
ନିର୍ଦ୍ଦୋଷ ଅହଲ୍ୟା କାନ୍ଦେ ଲୁହ ଝରାଇ
ଇନ୍ଦ୍ରଙ୍କୁ ସହସ୍ର ଯୋନି,ଅବଶ୍ୟ ହୋଇବ ପୁଣି
ଅହଲ୍ୟା ପାଷାଣ ହେବ ଶାପ ବଳରେ
ସତ ବଖାଣିବା ସହ, ମୁକ୍ତି ପ୍ରାପ୍ତିର ଉପାୟ
ଅହଲ୍ୟା ପ୍ରାର୍ଥନା ଧାରେ କହିଲେ ଧୀରେ
ସେ ପ୍ରାର୍ଥନା ହେଲା ଶ୍ରବଣ
ଶ୍ରୀରାମ ପାଦ ସ୍ପର୍ଶରେ ଶାପ ମୋଚନ
ଅହଲ୍ୟା ଉଦ୍ଧାର ଆଳେ,ଗୁରୁ ଆଦେଶେ ପାଳିଲେ
ପଥରେ ପଥର ଥିଲା ସେଇ ଅହଲ୍ୟା
ଥାଇ ଜଡ ଅବସ୍ଥାରେ,ପଡ଼ି ରହି ପଥ ଧାରେ
ପ୍ରଭୁଙ୍କ ଉଦ୍ଦେଶ୍ୟେ ଭକ୍ତି ହୃଦୟେ ଥିଲା
ସେ ' ଚରଣ ସ୍ପର୍ଶ ହୋଇଲା
ଅହଲ୍ୟା ଶାପ ମୁକ୍ତିରେ ପାପ ହଟିଲା
ଅହଲ୍ୟା ଦ୍ରୌପଦୀ ସମ, କୁନ୍ତୀ ମନ୍ଦୋଦରୀ ନାମ
ପ୍ରଭାତ ସମୟେ ନିତ୍ୟ ଯେବେ ସ୍ମରଣ
ହିନ୍ଦୁ ପରମ୍ପରା ତଥା ,ପୁରାଣ ଧାରେ ମାନ୍ୟତା
ବିଶ୍ୱାସ ପ୍ରାୟତଃ ପାପ ହୁଏ ଖଣ୍ଡନ
ସେ' ଅହଲ୍ୟା ପଞ୍ଚ ସତୀ ରେ
ଗଣନା ସହ ସ୍ମରଣ ପ୍ରାତଃ କାଳରେ
ସୁନ୍ଦରୀ ଅହଲ୍ୟା ନିଜେ, ଥିଲେ ଅଜ୍ଞତା ସହଜେ
ତଥାପି ଶାପିତ ସହ,କଷ୍ଟ ଭୋଗିଛି
ସେଇ ରାମାୟଣ ଶାସ୍ତ୍ର, ସମାଜରେ ଅଛି ମାତ୍ର
ଅହଲ୍ୟା ପାପରେ ପ୍ରାୟ ବୁଡି ରହୁଛି
ଏ ଯୁଗରେ କଳି ପ୍ରବଳ
ଅହଲ୍ୟା ପାଇଁ ଗୌତମ ପ୍ରାୟ ଦୁର୍ବଳ
ନିଜକୁ ଅହଲ୍ୟା କହି,ହୃଦେ ବିଶ୍ଵାସ ଜନ୍ମାଇ
ଖୋଲୁଛି ବ୍ଲାଉଜ୍ ଯାତ୍ରା ମଞ୍ଚ ଉପରେ
ବୋଧେ ସେହି ଦୃଶ୍ୟ ପ୍ରିୟ, ଯୁବ ଗୋଷ୍ଠୀ ବି ଅଥୟ
ପ୍ରସାର ହେଉଛି ପୁଣି ବେଶି ମାତ୍ରାରେ
ଏ, ଘଟଣା ଚଳନ୍ତି ପ୍ରାୟ
ସହଜେ ଅହଲ୍ୟା ଗୋଷ୍ଠୀ ପୁଣି ନିର୍ଭୟ
କଳିରେ ଗୌତମ ନିଜେ,ନୀରବ ଦର୍ଶକ ସାଜେ
ଅହଲ୍ୟା ସହିତ ଇନ୍ଦ୍ର ଦେଖେ କେବଳ
ଶାପ ଦେବା ଶକ୍ତି ନାହିଁ,ତଥାପି ଯାଉଛି ସହି
ଅହଲ୍ୟା ପାଖରେ ଆପେ ହୁଏ ଦୁର୍ବଳ
ସେ' ରାଣୀ,ରାନୀ ସହ ନିଶା
ଚଳନ୍ତି ସାହୁ ଭାଉଜ ମାତ୍ର ଭରସା
ଇନ୍ଦ୍ରିୟ ଲାଳସା ଧୀରେ, ଚରିତାର୍ଥ ସମାଜରେ
ପ୍ରାୟତଃ ସବୁଠି ପ୍ରତି ଦିନ ସହଜେ
ପାଷାଣ ସମାନ ନାରୀ, ଦୁଷ୍କର୍ମ ହିଁ ସର୍ବୋପରି
ଛଦ୍ମବେଶୀ ଇନ୍ଦ୍ର ପ୍ରାୟ କଦର୍ଯ୍ୟ କାର୍ଯ୍ୟେ
ବ୍ୟଭିଚାର ବିରୁଦ୍ଧରେ,ସ୍ବର ଉଠେ ସମାଜରେ
ହେ,ଅହଲ୍ୟା, ଏ କଳି କାଳ
ଇନ୍ଦ୍ରଙ୍କୁ ଜାଣି ରଖନ୍ତୁ ହେବ ମଙ୍ଗଳ ।
