ଅଭିସାରିକା ମୁଁ
ଅଭିସାରିକା ମୁଁ
ଶ୍ରାବଣ ଯେଦିନୁ ଫେରିଗଲା ସେଇ
ଶରଦ ପୁନେଇଁ ପରେ,
ବିଚରା ଫଗୁଣ ଲାଜେଇ ଲୁଚୁଛି
ବସନ୍ତର ମଳୟରେ ।
ଗଙ୍ଗଶିଉଳୀଟି ଦୁଃଖେ ଝଡ଼ି ଦେଖେ
ପ୍ରଭାତର ପ୍ରତିଛବି,
ମିଳନ ମଳିନ ଅଳିକ ଜୀବନ
ସ୍ମୃତି ମର ସୁନେଲି ରବି ।
ଛବି ଆଙ୍କୁଥାଏ ସପନ କାଗଜେ
ସେଦିନର ଇତିହାସ,
ହସରେ ହଜାଏ ବିରସର ଚିତ୍ତ
ଚମ୍ପା ଚମେଲୀର ବାସ ।
ନଥାଇ ବୈଶାଖି ଯନ୍ତ୍ରଣାର ସାଥେ
ବସନ୍ତ ହସଇ ଦେଖି,
ଅଭିସାରିକା ମୁଁ ଝରା ଜୀବନର
ଅଭିସାରେ ନୁହ ବାକି ।

