STORYMIRROR

Pranati Jena

Inspirational

3  

Pranati Jena

Inspirational

ଅଭିନୟ

ଅଭିନୟ

1 min
168


ଅଳିକ ଜୀବନ ଅନେକ ଆଶାରେ

   ଗଢ଼ା ଦେହ, ମନ, ପ୍ରାଣ,

ନିରବ ହୃଦୟ ଭାବନା ସୁପ୍ତରେ

   ଭରି ଯାଏ ମୋ ପ୍ରାଙ୍ଗଣ....


ଜନ୍ମରୁ ଜୁଇକୁ ପଥ ନୁହେଁ ଦୂର

  ବୈତରଣୀ କାମନାର,

ସ୍ନେହ, ପ୍ରେମ ଏଠି ଛଳନା ବନ୍ଧୁର

   ମିଛ ଆଶା ବାଲିଘର......


ମମତା ହାଟର କିଣା ବିକା ସମ

   କାହିଁ ବନ୍ଧୁତାର , ପ୍ରେମ,

ଥରେ ବୁଝିଗଲେ ଭାବତ ଅସୀମ

   ଶାଶ୍ୱତ ଚେତନା ସମ ......


ନିଃସ୍ଵାର୍ଥର ଆଜି ସମ୍ପର୍କ ହଜିଛି

   କେଉଁ ଦୂର ଇଲାକାରେ,

ଯାହାଏ ସଂସାରେ ସ୍ୱାର୍ଥ ତ ରହିଛି

    ତା ଆସନ ରାଜଦ୍ୱାରେ......


ଠିକିବା, ଠକିବା ଏକା ଅର୍ଥ ନୁହେଁ

    ଭାରି ବ୍ୟଥା ହୃଦୟରେ,

ମଣିଷ ପ୍ରବୃତ୍ତି ବଦଳିବା ନୁହେଁ

   ଜନ୍ମଗତ ସୌରଭରେ......


ବଡ଼ପଣ ନେଇ ଅଭିମାନ ଗୁଣେ 

  ଅଂହର ଗାଲିଚା ବୁଣେ,

ସରଳତା ଶବ୍ଦ ଅଭିଧାନ କଣେ

   ରହିଛି ଧିରେ ମଉନେ......


ଅଭିନୟ ଏଠି ଯାଦୁ ବିଦ୍ୟାଳୟ

   ନାହିଁ ପ୍ରୟୋଜନ ମୋର,

ସବୁ ଅଭିନୟେ ସାରି ଅଭିନୟ

  ଶେଷେ ଦୁଃଖ ଯାହା ସାର......


ଅଳପ କଥାରେ ବ୍ୟଥା ତ ଅନେକ

  ମରମେ ଜ୍ୱଳନ ସିଏ,

ମିଠା କଥା ପଦେ ଆଣେ ଅନୁଭବ

  ଅମୃତର ପଥ ପାଏ.......


ପ୍ରଭୁ ପରlତ୍ପର ବିଶ୍ୱ ଚରାଚର

   ଧିଆନେ ରଖିବି ଧ୍ୟାନ,

ଏକା ସେ ନିଜର ଆତ୍ମାରେ ମନ୍ଦିର

    ଓଁକାରରେ ସଦା ମଗ୍ନ.......

  



Rate this content
Log in

Similar oriya poem from Inspirational