ଅଭିନୟ
ଅଭିନୟ
ଅଭିନୟ କଳା ଅଟେ ଚମତ୍କାର
ଅଭିନେତା ଭଲ ଜାଣେ
ଫୁଟାଏ ମୁହଁରେ ନାନା ଭାବଭଙ୍ଗୀ
ରଙ୍ଗ ରସେ ସମ୍ଭାଷଣେ ।
ମଞ୍ଚର ଉପରେ ନିଜର ଚରିତ୍ର
ଠିକ କଲେ ଅଭିନୟ
ବିମୁଗ୍ଧ ଦର୍ଶକ କରନ୍ତି ପ୍ରଶ°ସା
ବୃଷ୍ଟି ହୁଏ କରତାଳ ।
ସ°ସାର ଅଟଇ ବଡ଼ ରଙ୍ଗ ମଞ୍ଚ
ଜୀବନ ଏକ ନାଟକ
ଅଭିନୟ ସର୍ବେ କରନ୍ତି ଚାତୁର୍ଯ୍ୟେ
ଉଚ୍ଚରି ନିଜ ସ°ଳାପ ।
ପିତା ମାତା ଭାଇ ଭଉଣୀ ସମ୍ପର୍କ
ପତି ପତ୍ନୀ ନିବିଡ଼ତା
ମଧୁର ସୁନ୍ଦର ହୁଏ ପ୍ରଦର୍ଶନ
ଥିଲେ ଭାବ ସୁଚରିତା ।
ସେନେହ ସୋହାଗ ବିନା ଏ ଜୀବନ
ନିରସ କରୁଣ ଶୁଷ୍କ
ଏଣୁ ନିପୁଣତା ଅଭିନୟ କଳା
ଆୟତ୍ତିବା ଆବଶ୍ୟକ ।
ସରିଲେ ନାଟକ ବାହୁଡ଼ିବେ ସର୍ବେ
ଯବନିକା ହେବ ପାତ
ଗୁମାନ ମାରିଣ ବସିବା କାହିଁକି
ହୋଇ ଜଡ଼ ଗଜ ମୂର୍ଖ ।
ଆହରିବା ଭଲ ଗୁଣ ଅଭିନୟ
କଳା ବାଦ୍ୟ ନୃତ୍ୟ ଗୀତ
ଜୀବନ ହୋଇବ ସରସ ସୁନ୍ଦର
ମନ ହେବ ପ୍ରଫୁଲ୍ଲିତ ।
