STORYMIRROR

Rekharani Sahu

Tragedy Others

3  

Rekharani Sahu

Tragedy Others

ଅଭିନୟ

ଅଭିନୟ

1 min
417

ମୁଁ ଅଭିନେତ୍ରୀ ନୁହଁ 

କିନ୍ତୁ ଅଭିନୟ କରେ 

ଜୀବନ ର ରଙ୍ଗ ମଞ୍ଚରେ ....।।


ସେଇ ଅଭିନୟ ଦେଖିବାକୁ ଦର୍ଶକ 

ପଇସା ଦେଇ ଟିକେଟ କିଣନ୍ତିନି ସତ 

ହେଲେ ମୋ ଅଭିନୟ ପ୍ରଦର୍ଶିତ ହୁଏ ଜୀବନ ହାଟରେ...।।


ହଁ ଅନୁମତି ଅଛି ପଚାରି ପାର 

କୋଉଠୁ ଶିଖିଛି ଏ ଜୀବନ୍ତ ଅଭିନୟ 

ଯାହା ବିକ୍ରି ହୁଏନାହିଁ କୋଉ ବଜାରେ...।।


ଉତ୍ତର ରେ କ'ଣ ଆଶା କରୁଛ??

ତାହା ମତେ ବି ଜଣା 

ସେଥିପାଇଁ ବାଟ ବଣା ନହୋଇ 

ଅଭିନୟକୁ ନିଜର ନିଶା କରିଦେଇଛି 

ଏଇ ହୃଦରେ ....।।


ହାଃ ହାଃ ହସି କଟାକ୍ଷ କରୁଛ 

ହଉ କର !!

ମତେ ମଧ୍ଯ ଅଟ୍ଟହାସ୍ୟ ଶୋଭା ପାଉଛି 

କାହିଁକି ନା ସେତିକି ତ ଗୋଟେ କଳାକାର 

ଆଶା କରେ ନିଜ ଦର୍ଶକ ଙ୍କ ଠାରୁ 

ଯେପରି ସେ ଜାଣିପାରିବ ତା'ର ଅଭିନୟ 

କେତେ ଆଦୃତ ହୋଇଛି ଏ ଜନଗହଳି ମଧ୍ୟରେ ...।।


ଅଭିନୟ ମୁଁ ବି କରି ପାରେ 

ଏହା ବିଶ୍ଵାସ ଯୋଗ୍ୟ ହୋଇ ନପାରେ !!

ତଥାପି ...

ଅଭିନୟ କରିବାର କଳା ଟା ନା 

ମୁଁ ଶିଖିଗଲି ଏଇ ଜୀବନର

ରଙ୍ଗ ମଞ୍ଚରେ ..

ହଁ ଏଇ ଜୀବନର ରଙ୍ଗ ମଞ୍ଚରେ...!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy