STORYMIRROR

Aruna Kar

Fantasy

2  

Aruna Kar

Fantasy

ଅଭିନେତା

ଅଭିନେତା

1 min
14.3K




ଭଲ ଅଭିନୟ କରି ପାରେ ବୋଲି

ସମସ୍ତେ ଅତି ନିଜର

ମୋ ମିଛକୁ ସତ ମଣନ୍ତି ସଭିଏଁ

ତେଣୁ ପରା କଳାକାର


ମୋଦେହ ମନରେ ପ୍ରତି ମୁହୂର୍ତ୍ତରେ

ନୂଆ ରଙ୍ଗ ବୋଲିଦିଏ

ଆପଣା କୁ ପର ପରକୁ ଆପଣା

ନିମିଷକେ କରିଦିଏ


ନୂଆ ରଙ୍ଗମଞ୍ଚ ଅନେକ ଚରିତ୍ର

ସମସ୍ତେ ମୋ ଅପଣାର

ପ୍ରତି ପ୍ରଶ୍ୱାସରେ ଏମାନେ ମୋ ପାଖେ

ବିଶ୍ଵାସରେ ଭରପୁର


ଭଙ୍ଗା ନଉକାର ସୀମାହୀନ ଆଶା

ଭିଜା ଭିଜା ଶିହରଣ

କଳ୍ପନା ରାଜ୍ୟରେ ସ୍ଵପ୍ନାୟିତ ହୁଏ

ଅସୁମାରୀ ଆକର୍ଷଣ


ନିଜ ସ୍ବାଭିମାନ ନିଜ ମନକଥା

ନିଜ ମଧ୍ୟେ ଲୁଚିଯାଏ

ମୋନିଜ ଲୁହକୁ ନିଜେ ପିଇଯାଏ

କାହାଣୀ ଜୀବନ୍ତ ହୁଏ


ଅରୁଣା କର

01:09:18

ଭୁବନେଶ୍ଵର



Rate this content
Log in

Similar oriya poem from Fantasy