Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational

3  

Prasanna Kumar Madala

Inspirational

ଅଭିନେତା

ଅଭିନେତା

1 min
251



ଯିଏ ଯହିଁ ବଞ୍ଚେ     ଭବ ରଙ୍ଗମଞ୍ଚେ

କରୁଥାଏ ଅଭିନୟ

କାନ୍ଦ ଅବା ହସ       ଯଶ ଅପଯଶ

ଉଭୟ ମିଳିବା ଥୟ ।

ଶ୍ରେଷ୍ଠ ଅଭିନେତା    ହରାଏନି ଚେତା

ବିଷୟ ପ୍ରସଙ୍ଗ କ୍ରମେ

ଭୂମିକାରେ ମଜ୍ଜି      ପାରିଥାଏ ଅର୍ଜି

ସୁଖ୍ୟାତି ନିଖୁଣ ଶ୍ରମେ ।

ସହ-କଳାକାର      ଥିଲେ ନିର୍ବିକାର

ଦକ୍ଷତା ଉଠଇ ଫୁଟି

କୌଣସି ସମୟେ    ତା'ର ଅଭିନୟେ

ବାରି ହୁଏନାହିଁ ତ୍ରୁଟି ।

କେହି ସେହିଠାରେ   ପାର୍ଶ୍ଵ ଭୁମିକାରେ 

ଥାଇ ଯେବେ ଦୋଷ କରେ

ଭାଙ୍ଗିଯାଏ ରସ       ଦର୍ଶକ ବିମର୍ଷ

ତକ୍ଷଣେ ଆଗ୍ରହ ସରେ ।

ସୁପରିଚାଳନା      ନିମନ୍ତେ ଭାଳନା

ଯେତିକି ବଳିଷ୍ଠ ଥାଏ

ନାଟକଟି ଶେଷେ   ପ୍ରଶଂସା ସନ୍ଦେଶେ

ସଫଳତା ସେତେ ପାଏ ।

ଭାବ ବିନିମୟ       ଦ୍ଵାରା ଅଭିନୟ

କରୁ କରୁ ବେଳ କଟେ

ଭୂମିକାର ଶେଷେ   ପୁଣି ନିଜ ବେଶେ

ଫେରିବା ନିଶ୍ଚିତ ଅଟେ ।

ପୃଷ୍ଠଭୂମି ତଥା      ନିର୍ଦ୍ଦେଶକ କଥା

ପ୍ରାଞ୍ଜଳେ ଯାହାକୁ ଜଣା

କଳାର ଉତ୍କର୍ଷେ      ଅନ୍ତିମ ନିଷ୍କର୍ଷେ

ନାମୀ ରୂପେ ହୁଏ ଗଣା ।





Rate this content
Log in