STORYMIRROR

Biswanath Nayak

Inspirational

3  

Biswanath Nayak

Inspirational

ଅଭିମନ୍ୟୁ

ଅଭିମନ୍ୟୁ

1 min
609



ଜୀବନ ଯୁଦ୍ଧ ରେ ଆଜି

ମଣିଷ ଧାଉଁଛି ଏଠି

ଭେଦିବାକୁ ଚକ୍ରବ୍ୟୁହ

ଏକା ଏକା ଅଭିମନ୍ୟୁ ପରି।  

ସମୟ ରାଜରାସ୍ତା ର

ପ୍ରତିଟି ମୋଡ ରେ,

ଘେରି ରହିଛନ୍ତି ଏଠି

ଅନ୍ୟାୟ ର ସପ୍ତରଥୀ

ପରାହତ କରିବାକୁ

ବୀର ଅଭିମନ୍ୟୁ,

ଅଟକାଇ ରଖିବାକୁ

ସଭ୍ୟତା ଓ ପ୍ରଗତି ର ରଥ। 

ଡରନାହିଁ ଡରନାହିଁ ଅଭିମନ୍ୟୁ!

ଏକା ବୋଲି କର ନାହିଁ ଭୟ। 

କରି ଚାଲ ଧର୍ମ ଯୁଦ୍ଧ

ଥିବା ଯାଏ ଶରୀରର

ଶେଷ ରକ୍ତ ବିନ୍ଦୁ। 

ଅନ୍ୟାୟ ଓ ଅନୀତି ର

ସପ୍ତରଥୀ ଆଗେ

କରନାହିଁ ଆତ୍ମସମର୍ପଣ। 

ତାହାକଲେ ବୋଲାଇବ

ତୁମେ ପଳାତକ

ଅଭିମନ୍ୟୁ ନାମେ ନିଶ୍ଚେ

ଲାଗିବ କଳଙ୍କ। 

ଅନ୍ୟାୟ ର ପ୍ରତିବାଦ କରି

କେତେ ଅଭିମନ୍ୟୁ ଏଠି

ହୋଇଛନ୍ତି କ୍ରୁଶବିଦ୍ଧ,

କେତେ ଅଭିମନ୍ୟୁ ଏଠି

ପିଇଛନ୍ତି ବିଷ,

କେତେ ଅଭିମନ୍ୟୁ ଏଠି

ଝୁଲିଛନ୍ତି ଫାଶୀ ର ଖୁଣ୍ଟରେ। 

ଜୀବନ ଭୟରେ କେବେ

କରି ନାହାନ୍ତି ସେମାନେ

ଆତ୍ମସମର୍ପଣ। 

ମରଣ ଯାଇଛି ହାରି

ସେମାନଙ୍କ ଆଗେ। 

ବଞ୍ଚିଛନ୍ତି ସେହିମାନେ ଯୁଗେ ଯୁଗେ

ସମସ୍ତଙ୍କ ହୃଦୟରେ ଦେବାକୁ ପ୍ରେରଣା

କରିବାକୁ ଧର୍ମ ଯୁଦ୍ଧ

ଅନ୍ୟାୟ ଓ ଅନୀତି ସହିତ। 


ଜୀବନ ର ନାମ ଯୁଦ୍ଧ

ଜୀବନର ନାମ ମୁକାବିଲା। 

ଯିଏ କରେ ଅନ୍ୟାୟ ର ମୁକାବିଲା

ଥିବାଯାଏ ଦେହରେ ନିଶ୍ଵାସ। 

ସେ ଅଟେ ଅଭିମନ୍ୟୁ

ସେ ସତ୍ୟ, ସେ କାଳଜୟୀ। 

ମରି ସେ ପାରେନା କେବେ

ହୋଇ କୃଶବିଦ୍ଧ,

ଝୁଲିଲେବି ଫାଶୀଖୁଣ୍ଟେ,

ପିଇଲେ ବି ହଳାହଳ ବିଷ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational