STORYMIRROR

Sandhya Rani Panigrahy

Romance

2  

Sandhya Rani Panigrahy

Romance

ଅଭିମାନର ଝଗଡା କବିତାରେ

ଅଭିମାନର ଝଗଡା କବିତାରେ

1 min
2.2K


ଝଗଡା ହୁଏ ଖୁବ୍ ମୋର

ମୋର ଭାବନା ଓ ଶବ୍ଦର

ସଜାଇ ହୋଇ ବସେ

ଭାବନା ସବୁ ହସେ

ଶବ୍ଦ ଧୀରେ ଆସେ

ଲହୁଲୁହାଣ କରି ବସେ

ମୁଁ ମୋର ସାକ୍ଷୀ ଅତୀତର

କିଛି ବି ବିଚରା ବଦଳିନି ଏବର

ପ୍ରତିଥର ସେଇ ଛବିକୁ ବଛାବଛି ଦେଖାଏ

କିଛି ଆଖିରେ କିଛି ଲୁହରେ ସିଞ୍ଚି ଭିଜାଏ

ପାଷାଣ ବିଗ୍ରହ ପରି ଛିଡା ହୁଏ

ମୋର କଥାରେ ହଜାରେ ପ୍ରଶ୍ନ ପଚାରି ନିଏ

କିଛି ବାଛି ଉତ୍ତର ଦିଏ

ନ ଜାଣିଲା ପରି ନିରୁତ୍ତର ରୁହେ

ଫେରିଯାଏ କେବେ ଅଭିମାନରେ

ନ ଦେଖିଲା ପରି ଅଚିହ୍ନା ଅଜାଣତରେ

ଭାବିନିଏ ଅଗଣିତ ଅସ୍ପଷ୍ଟ ମୁହଁର ଛାଇ

କିଛି କଥା ଅବୁଝା ଆଜିଯାଏଁ ଅବା ରହିଛି ଚାହିଁ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance