STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଅଭିମାନୀ ଭକ୍ତ

ଅଭିମାନୀ ଭକ୍ତ

1 min
339

ଜଗତର ନାଥ ତୁମେ ବୋଲାଉଛ

ମୋ ପରି ଅନାଥକୁ ପର କି କରିଛ

ମିଛ ମାୟା ଜାଲେ ବାନ୍ଧି ତ ଦେଇଛ

ମୋ ବେଳକୁ କାହିଁ ନିଷ୍ଠୁର ହେଉଛ

କେଉଁ ଅପରାଧ ତୁମ ପାଖେ କଲି

ତୁମ ଦର୍ଶନରୁ ବଞ୍ଚିତ ହୋଇଲି

ସାଲବେଗ ଯବନ ହୋଇ ସେ ଡାକିଲା

ଅନେକ ଦୂରରୁ ତୁମକୁ ଶୁଭିଲା

ନନ୍ଦିଘୋଷ ରଥେ ତୁମେ ଅଟକିଲ

ଭକ୍ତର ମନକୁ ତୁମେ ବୁଝିଥିଲ

ଅନ୍ତର ବେଦନା ଯଦି ନ ବୁଝିବ

ମୋ ଆଖିରୁ ଲୁହ ତୁମ ପାଇଁ ଝରିବ

କେତେ ପୂଣ୍ୟ ବଳେ ମଣିଷ ମୁଁ ହେଲି

ଏଡ଼େ ହତଭାଗା ତୁମକୁ ନ ପାଇଲି

ମୀରାବାଇ ସିନା ତୁମକୁ ଭଜିଲେ

ସବୁ କିଛି ଛାଡି ଯୋଗିନି ସେ ହେଲେ

ତୁମେ ମୀରା ଭାବକୁ ବୁଝି ତ ପାରିଲ

ସବୁ ବିପତ୍ତିରୁ ପାରି କରି ନେଲ

ମୋ ମନର ଦୁଃଖକୁ ବୁଝିନପାରିଲ

ଦିନୁଟେ ମୋ ପାଖକୁ କେବେ ନ ଆସିଲ

ଗଜରାଜ ତୁମକୁ ଜଳରେ ଡାକିଲେ

ଦୟା କର ଦୀନବନ୍ଧୁ ଗୁହାରି କରିଲେ

ଗରୁଡ଼ ପିଠିରେ ତୁମେ ବସି ଆସିଥିଲ

ଚକ୍ର ପେଶି ନକ୍ର ନାଶି ଗଜକୁ ରଖିଲ

ମୋ ବେଳକୁ ତୁମେ ନିର୍ଦ୍ଦୟ କି ହେଲ

ମୋ ମନର ଭାବକୁ ତୁମେ ନ ବୁଝିଲ

ଭବ ବନ୍ଧନରୁ କେବେ ମୁକତି କରିବ

ଆହେ ଭାବ ଗ୍ରାହୀ କରୁଣା କି ହେବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational