STORYMIRROR

Kalandi pal

Inspirational

3  

Kalandi pal

Inspirational

ଅଭିମାନୀ ଭକ୍ତ

ଅଭିମାନୀ ଭକ୍ତ

1 min
310

ଭକ୍ତ ଅଭିମାନ କର୍ଣ୍ଣ ଡେରି ଶୁଣ

   ହେ ପ୍ରଭୁ ଚକାନୟନ

ଗରବ ଗଞ୍ଜନ ଦରପ ନାଶନ

   ତୁମେ ମୋ ଜୀବ ଜୀବନ

  ପ୍ରଭୁ ଚରଣେ ଦିଅ ଶରଣ l0l


ଶରଣେ ସୁହାଗ ଭକ୍ତ ସାଲବେଗ

   ରଥରେ ରହିଲ ଚାହିଁ

ପ୍ରିୟ ଭକ୍ତଟିର ଅଭିମାନ ସ୍ୱର

  ସହି ତ ପାରିଲ ନାହିଁl1l


ବାଲିରଥେ ବାସ କଲ ପୀତବାସ

  ବଳରାମ ଅଭିମାନେ

ଗଡିଲାନି ରଥ ବଡଦାଣ୍ଡ ପଥ

  ରାଜାଙ୍କୁ ବାର୍ତ୍ତା ସ୍ୱପନେ l2l


ଦାସ ମନୋହର ଶ୍ରଦ୍ଧା ପଦ୍ମ ହାର

  ପଣ୍ଡାଏ ନେଲେନି କେହି

ସେଇ ଅଭିମାନ ରାଜାଙ୍କୁ ସପନେ

  ପଦ୍ମବେଶ ହେଲ ବିହି l3l


ଅଭିମାନ ଭରା ପାଞ୍ଚାଳୀ ଅବଳା

  କୁରୁସଭାରେ ଡାକିଲା

ଲଜ୍ଜ୍ୟା ନିବାରଣ କଲ ନାରାୟଣ

  ଅଧର୍ମ ତ ନାଶ ହେଲା l4l


କେତେ କେତେ ଭକ୍ତ ଅଭିମାନେ ସେତ

  ଉଦ୍ଧରି ଛନ୍ତି ଜୀବନୁ

ଦୀନ ହୀନ ମୁହିଁ ଆଶୀର୍ବାଦ ପାଇଁ

  ଶରଣ ତ କଳାକାହ୍ନୁ l5l



Rate this content
Log in

Similar oriya poem from Inspirational