STORYMIRROR

Biswajit Sahoo

Classics

3  

Biswajit Sahoo

Classics

ଅଭିମାନ

ଅଭିମାନ

1 min
318


ଯମୁନା କୂଳରେ ବସି ରହିଛନ୍ତି,

କେତେବେଳୁ ରାଧାରାଣୀ,

ସଖୀ ଗୋପୀମାନେ କହୁଛନ୍ତି ତାଙ୍କୁ,

କାହ୍ନୁ ଆଉ ଆସିବେନି।


ଆଉ ଆସିବେନି ପ୍ରାଣପ୍ରିୟ କୃଷ୍ଣ,

ମନେମନେ ଭାବିନେଲେ,

ହୃଦୟର କୋହ ଲୁହ ରୂପ ନେଇ,

ଅଜାଣତେ ଝରିଗଲେ।


କଥା ହେବେ ନାହିଁ, ଦେଖା ହେବେ ନାହିଁ,

ଭାବିନେଇଥିଲେ ମନେ,

ଗୋରା ମୁହଁ ତାଙ୍କ ନିସ୍ତେଜ ହୋଇଲା,

କୃଷ୍ଣ ପ୍ରତି ଅଭିମାନେ।


ସେହି ସମୟରେ ଦୂରରୁ ଶୁଭିଲା,

କୃଷ୍ଣଙ୍କର ବଂଶୀ ସ୍ବର,

ସବୁ ଅଭିମାନ ଧୀରେ ବହିଗଲା,

ହୋଇ ଏକ ଜଳ ଧାର।


ମାନଭଞ୍ଜନରେ ସିଦ୍ଧହସ୍ତ ପ୍ରଭୁ,

ହରିନେଲେ ଅଭିମାନ,

କୃଷ୍ଣପ୍ରେମ ରସେ ହଜି ଯାଇଥିଲା,

ରାଧାରାଣୀଙ୍କର ମନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics