STORYMIRROR

Kalandi pal

Inspirational

3  

Kalandi pal

Inspirational

ଅଭିମାନ କାହିଁ କରୁଛ ଗୋସେଇଁ

ଅଭିମାନ କାହିଁ କରୁଛ ଗୋସେଇଁ

1 min
201


ଅଭିମାନ କାହିଁ କରୁଛ ଗୋସେଇଁ

     ଅଭିମାନ କର ନାହିଁ.

ହସ ହସ ମୁହେଁ ଅଭିମାନ ଶୋଭା

     ପାଉ ନାହିଁ ପାଉ ନାହିଁ.

ପ୍ରଭୁ, ସୁନ୍ଦର ତ ଲାଗୁ ନାହିଁ. l


ଅଭିମାନ ଭରା ଏ ଦୁନିଆଁ ସାରା

    ନୀଳାଚଳେ ତ ନ ଥିଲା.

ଦୂରେ ଥିବ ଚିଜ ଡାକି ସ୍ଥାନ ଦେଲ

    କି ଯଶ ପାଉଛ ଭଲା.

ଶାନ୍ତି, ସହୋଦର, ମୈତ୍ରୀ, ସମ୍ମାନର

    ସ୍ଥାନ ପରା ତୋର ଏହି. l


ସବୁ ଜାଣିଶୁଣି ବିଷ ଆବୋରୁଛ

   ସବୁ ହୋଇଯିବ ବିଷ.

ନୀଳକଣ୍ଠ ପରି ଶେଷେ ପାନ କରି

    ଅରଜିବ କେଉଁ ଯଶ.

ଲଗାଣ ଛଡାଣ କରୁଛ ଏଠାରେ

    ଗୁଣିଆ ପରିକା ତୁହି. l

      

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational