Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ଅଭିମାନ କାହିଁ କରୁଛ ଗୋସେଇଁ

ଅଭିମାନ କାହିଁ କରୁଛ ଗୋସେଇଁ

1 min
197



ଅଭିମାନ କାହିଁ କରୁଛ ଗୋସେଇଁ

     ଅଭିମାନ କର ନାହିଁ.

ହସ ହସ ମୁହେଁ ଅଭିମାନ ଶୋଭା

     ପାଉ ନାହିଁ ପାଉ ନାହିଁ.

ପ୍ରଭୁ, ସୁନ୍ଦର ତ ଲାଗୁ ନାହିଁ. l


ଅଭିମାନ ଭରା ଏ ଦୁନିଆଁ ସାରା

    ନୀଳାଚଳେ ତ ନ ଥିଲା.

ଦୂରେ ଥିବ ଚିଜ ଡାକି ସ୍ଥାନ ଦେଲ

    କି ଯଶ ପାଉଛ ଭଲା.

ଶାନ୍ତି, ସହୋଦର, ମୈତ୍ରୀ, ସମ୍ମାନର

    ସ୍ଥାନ ପରା ତୋର ଏହି. l


ସବୁ ଜାଣିଶୁଣି ବିଷ ଆବୋରୁଛ

   ସବୁ ହୋଇଯିବ ବିଷ.

ନୀଳକଣ୍ଠ ପରି ଶେଷେ ପାନ କରି

    ଅରଜିବ କେଉଁ ଯଶ.

ଲଗାଣ ଛଡାଣ କରୁଛ ଏଠାରେ

    ଗୁଣିଆ ପରିକା ତୁହି. l

      

   


Rate this content
Log in

Similar oriya poem from Inspirational