STORYMIRROR

Shibanand Banchhor

Inspirational

3  

Shibanand Banchhor

Inspirational

ଅଭିଳାଷା

ଅଭିଳାଷା

1 min
13.8K


ହିମାଳୟର ପର୍ବତ ଶିଖରରେ

ପହଞ୍ଚିବାର ସେ ଅଦମ୍ୟ ଆଶା ଆଜି ନିର୍ଲିପ୍ତ

ବଜ୍ର କଠୋର ବାଣୀ ହସ୍ତ ଆଜି ଅବଶ

ସେମାନେ କହୁଛନ୍ତି-

ନା ନା ଆମେ ଆଉ ପାରିବୁନି ଆମକୁ ମୁକ୍ତି ଦିଅ

ଆମେ ବିଶ୍ରାମ ଚାହୁଁ ।।

ସର୍ବଦା ଚଳ ଚଞ୍ଚଳ ସେ ପାଦ

ଆଜି କାହିଁ ପାଇଁ ମନ୍ଥର

ସତେ ଅବା ସେ ନିଜ ଗନ୍ତବ୍ୟର ପଥ

ଭୁଲିବାକୁ ଚେଷ୍ଟା କରୁଛି ।।

ଜାଗ୍ରତ ପ୍ରହରୀ ସାଜିଥିବା ନେତ୍ର

ଆଜି ବିରାମର ନିଦ୍ରା ଖୋଜୁଛି

ଆଉ ଭୁଲିବାକୁ ଚେଷ୍ଟା କରୁଛି ସେ

ଜାଗ୍ରତ ସ୍ଵପ୍ନର ସମ୍ଭାରକୁ ।।

ସାଫଲ୍ୟର ଶବ୍ଦ ଶୁଣିବାକୁ ଇଚ୍ଛୁକ କର୍ଣ୍ଣ

ଆଜି କାଇଁ କର୍ଣ୍ଣ ପଟଳକୁ ମୁଦ୍ରିତ କରିଛି

ସତେ କି ସେ ଆଉ କିଛି କର୍ଣ୍ଣପାତ କରିବନି।।

ସଫଳତାର ବାଖ୍ୟା କରୁଥିବା ଓଠ

ଆଜି କାହିଁ ନିରବତ୍ଵର ଦାସତ୍ଵରେ ବନ୍ଧା

ସତେ କି ତାର ଜିହ୍ଵାର ଛେଦନ ହୋଇଛି ।।

ତଥାପି ମୁଁ ହାରିଯାଇ ନାହିଁ

ମୋର ହୃଦୟର ବାସ୍ନା ମରିଯାଇ ନାହିଁ

ସେ ଆଜି ବି ଜୀବିତ

ଆଉ କହୁଛି-ଚାଲ୍ ସେ ହିମାଳୟର ଶୀର୍ଷକୁ

ସବୁ ଝଡ ଝଞ୍ଜାକୁ ଅତିକ୍ରମ କରି

ଆଉ ତୋ ଅଭିଳାଷର ପିପାସାକୁ ମେଣ୍ଟାଇ ଦେ ।।

ଶିବାନନ୍ଦ ବନଛୋର

ଶକ୍ତି ,ବରଗଡ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational