STORYMIRROR

Umashankar Satpathy

Romance

3  

Umashankar Satpathy

Romance

ଅଭୀପ୍ସା

ଅଭୀପ୍ସା

1 min
291


ଏମିତି ଗୋଟେ ନାଆଁଟେ

କାହିଁକି ଯେ ଦିଅନ୍ତି

ଶୁଣିଲେ,

ଲୋମେ ଲୋମେ ଶିହରଣ ପୁଣି

ଅର୍ଦ୍ଧନମିତ ହୁଏ ଆଖିପତା। 

ଭାବିବାକୁ କିଛି କ୍ଷଣ ମନ ଚାହେଁ,

ଭୁଲିବାକୁ ଭଲପାଏ ବର୍ତ୍ତମାନ।


ମନ ନଥଲା, କିନୁ ଥିଲା ବି

ଅସାମାନ୍ୟ ପ୍ରବୃତ୍ତି ପ୍ରେମିକର।

ଯାହା ଦବିଯାଇଥିଲା

ସମୟ ସ୍ରୋତରେ।

ଅନୁରାଗର ଚିରାଗ୍ 

କୁହୁଳୁଥିଲା ଏମିତିକି,

ଅଳ୍ପ କିଛି ଦିନ ବାକିଥିଲା

ପାଉଁଶ ହେବାକୁ।

ସେ.....

ସ୍ୱରର ପ୍ରତିଧ୍ଵନି,

ହେଲା ମୋ ସଙ୍ଗୀତର ଝଙ୍କାର 

ଅଜାଣତରେ।

ତା ଶବ୍ଦର ଚାତୁରୀ,

କଣ୍ଠର କୋମଳତା,

ସ୍ଵଚ୍ଛତା ଉଚ୍ଚାରିତ ଭାବନାର,

କଥା କଥାକେ ଆତ୍ମୀୟତାର ସ୍ପର୍ଶ ।


ଯୁଗଳବନ୍ଦୀର ସାଥୀ ସେ

ଭିନ୍ନ ଭିନ୍ନ ମୁହୂର୍ତ୍ତର।

ଭଲକଲା,

ସର୍ତ୍ତ ବି ରଖିନେଲା

ଏ ପ୍ରତିଧ୍ଵନି ସମ୍ଭବ ଓ ସୀମିତ

କେବଳ ଥିବାଯାଏଁ

ତା ମନର ଶୟନକକ୍ଷରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance