ଅଭାଗା ମଣିଷ
ଅଭାଗା ମଣିଷ


ହା ଅନ୍ନ ହା ଅନ୍ନ ଚିତ୍କାର କରନ୍ତି
ବୁଭୁକ୍ଷୁ ଜନତା ଯେତେ,
ମୁଠାଏ ଭାତ ପାଇବା ପାଇଁ କି
ସଂଘର୍ଷ କରନ୍ତି କେତେ ?
ମୁଠେ ଭାତ ପାଇଁଁ ଭିିିିଟାମାଟି ଛାଡ଼ି
ଯାଆନ୍ତି ଦାଦନ ଖଟି,
ଅନ୍ୟ ରାଜ୍ୟରେ ଶ୍ରମିକ ହୋଇଣ
ଖଟନ୍ତି କି ଶୀତ ତାତି ।
ଯେମିତି ସେମିତି ପେଟ ପୋଷୁଥିଲେ
ବାହାର ରାଜ୍ୟକୁୁ ଯାଇକି,
କରୋନା ଯେଭଳି ପରିସ୍ଥିତି କଲା
ଫେରିଲେ ଭିିିଟାମାଟି କି ।
କରୋନା ପାଇଁ ଗୃୃୃହବନ୍ଦୀ ହୋଇ
ରହିଲେ ଘର ମଧ୍ୟରେ,
କେମିତି ସେମାନେ ପେଟ ପୋଷିବେ
କାମ ତ ନାହିଁ ବାହାରେ ।
ସରକାର ଯେ ତାଳାବନ୍ଦ ଘୋଷଣା
କରିଛନ୍ତି ରାଜ୍ୟ ସାରା,
କେମିତି କିିିଏ ବାହାର କୁ ଯାଇ
କର୍ମ ଖୋଜିବ ପରା ।
ପ୍ରାଇଭେଟ କମ୍ପାନୀ ମାନଙ୍କ ଠାରୁ
ଲୋନ୍ କରିଥିଲା ଯେତେ,
ଏହି ସମୟରେ କେମିତି ଲୋନ୍ ସୁଝିବ
ଭାବି ବସୁୁଛି କେତେ ?
ମାସିକ କିସ୍ତି ରେ ପଇସା ସୁଝିବ
ପାଖେଇଲାଣି ତାରିଖ,
ଘରେ ଯେ ଖାଇବାକୁ ନାହିଁ
ପଇସା କେମିତି ଦେବ ।
ଘରେ ତାହାର ଭୋକିଲା ଛୁୁଆ
କାନ୍ଦୁଛନ୍ତି ରାହା ଧରି
ଲୋନ୍ ଚିନ୍ତା ସଙ୍ଗେ ପେଟ ଚିନ୍ତା
ରହେ ସେ ପଥର ପରି ।
ଯେଉଁ ଘରେ ସିଏ ମୁଣ୍ଡ ଗୁଞ୍ଜୁୁୁଥିଲା
ତାହା ବାତ୍ୟା ୟାସ କରିଲା ଚୂନା,
ଏମିତି ସମୟରେ କ'ଣ କରିବ
ହେଲାଣିତ ବୁଦ୍ଧିବଣା ।
କରୋନା ସାଙ୍ଗକୁୁ ବାତ୍ୟା ର ତାଣ୍ଡବ
ରଚିଲା ଏ ବିଭୀଷିକା,
ପ୍ରକୃୃୃତି ର କେମିତି ଖେଳ ଏ
ମଣିଷ ବଞ୍ଚିବ କେମିତିକା ।