STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଅବଗତ ହେଉ ଇଜ୍ଜତ ଜନିତ

ଅବଗତ ହେଉ ଇଜ୍ଜତ ଜନିତ

2 mins
17


ଝିଅ ଠିକଣାରେ ଚିଠି ପ୍ରାପ୍ତ ହେଲା

ପ୍ରେରକ ଅପ୍ରକାଶିତ

ଝିଅର ଅନୁପସ୍ଥିତିରେ ଉତ୍କଣ୍ଠା 

ଭାବ କ୍ରମେ ହେଲା ଜାତ

ବାପା ନିଜ ହାତେ ଖୋଲୁଥିଲେ ରହି

ଦ୍ୱିଧା ଭାବ ଥାଇ ମନେ 

ବେନାମୀ ଚିଠିର ଉଦ୍ଦେଶ୍ୟ ଜାଣିବା

ଭାବ ଜାତ ସେହି କ୍ଷଣେ

ଚିଠି ଆବରଣ ଖୋଲି ଦେଖା ଗଲା

ଅଶ୍ଳିଳ ଫୋଟ ଓ ଚିତ୍ର

ମଥା ଘୁରିଗଲା ଫଟୋ ଚିତ୍ର ଦେଖି

ଥିଲା ନିଜ ଝିଅ ଚିତ୍ର

କଥା ଭିନ୍ନ ମୋଡ ନେଲା ସଙ୍ଗେ ସଙ୍ଗେ

ଘରେ ବିଷର ବଳୟ

ପରିବାର ମଧ୍ୟେ ଆଲୋଡନ ସୃଷ୍ଟି

କ୍ରମେ ହୋଇଲା ଅଥୟ

କାନ୍ଦୁଥିଲା ମାଆ ନିଜ ଝିଅ ପାଇଁ

ଇଜ୍ଜତ ଆଜି ଦାଣ୍ଡରେ

ସାଧା ସିଧା ଝିଅ କିପରି ଭାବରେ

ଏତେ ଘୃଣ୍ୟ କାମ କରେ


କିଛି କ୍ଷଣ ପରେ ଝିଅ ପହଞ୍ଚିଲା

ଜାଣିଲା ସବୁ ବିଷୟ

ନିଜକୁ ନିର୍ମଳ ଭାବ ମୂର୍ତ୍ତି କହି

ସଭିଙ୍କୁ କରିଲା ଥୟ

ଅପବାଦ ଉଦ୍ଦେଶ୍ୟ ରେ କେହି ଜଣେ

କରିଅଛି ଏହି କାମ

ଫୋଟ ସମ୍ପାଦନ(editing) କରି ଯୋଡି ଅଛି

ଅବିକଳ ଚିତ୍ର ମମ

ଜାଣିଛି ତାହାକୁ ଅତି ଭଲ ଭାବେ

ସାଙ୍ଗର ଅଟେ ପ୍ରେମିକ

ସାଙ୍ଗ ସହ କରି ବେଇମାନ କାମ 

ମୋ ପ୍ରତି ଦୃଷ୍ଟି ତୀର୍ଜକ


ସମ୍ପୂର୍ଣ ଘଟଣା ଶୁଣ ମନ ଦେଇ

ଯାହା ହୁଏ ଆଜିକାଲି

ସତର୍କ ହୋଇ ମୁଁ ଦୂରେଇ ଯିବାରୁ

ମୋ ପ୍ରତି ଆଜି ଅଙ୍ଗୁଳି

ସାଙ୍ଗ ସାଥି ହୋଇ ଜାଣି ଅଛି ସତ

ସାଙ୍ଗର ଦୁଃଖ ଦୁର୍ଦ୍ଦଶା

ଜାଣି ଶୁଣି ନିଜେ ଗୋଡ ଖସେଇଛି

ନାହିଁ ତାହାର ଭରଷା


ଫୋନ ର ନମ୍ବର୍ ବନ୍ଧୁତ୍ୱ ଭାବରେ

ପୁରୁଷ ବନ୍ଧୁଙ୍କୁ ଦେଇ

କ୍ରମେ ତାର ସୁଆଦିଆ କଥା ଭୋଳେ

ସବୁ ଦେଇଛି ହଜେଇ

ଭିଡିଓ କଲ୍ ରେ ପ୍ରଥମେ ପ୍ରଥମେ

ଦୁଃଖ ସୁଖ ଭଲ କଥା

କ୍ରମେ ଉତ୍ତେଜନା ପୂର୍ଣ୍ଣ କଥାବାର୍ତ୍ତା

ଘନିଷ୍ଟ ହେଲା ବନ୍ଧୁତା

ଥଟା ପରିହାସ ହେଲା ପରେ ପରେ

ଭଲ ଲାଗୁଥିଲା କଥା

ପୁରୁଷ ବନ୍ଧୁ ର ଫୁସୁଲା ଫୁସୁଲି

ଦିନ ରାତି କଲା ଚିନ୍ତା

ଭିଡିଓ କଲ୍ ରେ ଅଙ୍ଗ ଅବୟବ

କ୍ରମେ ଦେଖାଇ ଦେଲା

ଭେଟ ହେବା ପାଇଁ ପାର୍କ ସ୍ଥିର କରି

ଭେଟ ସାକ୍ଷାତ ହୋଇଲା

ଜୁସ୍ ଲସି ଥଣ୍ଡା ପାନୀୟ ସେବନ

କ୍ରମେ ଆଗକୁ ବଢିଲା

ସୁଯୋଗ ସହିତ ଶରୀର ରେ ସ୍ପର୍ଶ

କ୍ରମେ ଅନୁଭୂତ ହେଲା

ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ

ପ୍ରଥମ ରେ ନା ନା କରି

ପରେ ପରେ ଶଯ୍ୟା ସଙ୍ଗିନୀ ହୋଇଲା

ରୁମ୍ ଟିଏ ସ୍ଥିର କରି

କିଛି ଦିନ ଖେଳ ଚାଲୁ ରହିଥିଲା

ସଭିଙ୍କ ଅଗୋଚର ରେ

ଭୟଙ୍କର ପରିସ୍ଥିତି ଉପୁଜିଲା

ଯେବେ ଗର୍ଭରେ ସଞ୍ଚାରେ


ଫୋନ୍ ସ୍ୱିଚ ଅଫ୍ ହୋଇଛି ତା ପରେ

ପୁରୁଷ ବଂଧୁ ଫେରାର

ଗର୍ଭ ନଷ୍ଟ କରି ଜୀବନ ବଞ୍ଚିଲା

ଜାଣିଲେ ସପରିବାର

ନିଜେ ଠିକ୍ ଥିଲେ ହେବନି ସମସ୍ୟା

ପୁରୁଷଙ୍କୁ କିଆଁ ଦୋଷ

ଝିଅଙ୍କ ଫସିବା ଲକ୍ଷଣ କାରଣ

କ୍ରମେ ହୁଏ ସର୍ବ ନାଶ

ବାପା ମାଆ ଝିଅ ବୋହୁ ଓ ଭଉଣୀ

ଶୁଣ ସର୍ବେ ମନ ଦେଇ

ନିଜେ ନିଜେ ଗୋଡ ଖସାଇବା ପାଇଁ

ସୁଯୋଗ ନ ଦିଅ କାହିଁ

ସହଜେ ମୋବାଇଲ୍ ର ହିଁ ରାଜୁତି

ଚାଲିଛି ପୁଣି ଚାଲିବ

ସତର୍କତା ସହ ଗଣ ମାଧ୍ୟମ ର

ଫନ୍ଦା ଜାଣିବାକୁ ହେବ

ଆଖି ବୁଜି କାହା ଫ୍ରେଣ୍ଡ୍ ହେବା ପାଇଁ

ହୁଅ ନାହିଁ ଆଗଭର

ଭିଡିଓ କଲ୍ ରେ କଥା ବାର୍ତ୍ତା ବେଳେ

ସୁତ୍ର ସହିତ ବିଚାର

କ୍ଷଣ-କର ଦେହ ସୁଖ ପାଇଁ କିମ୍ପା 

ମିଠା କଥାରେ ଫସିବା 

ଜୀବନର ଯାତ୍ରା ଆଗକୁ ଆଗକୁ

ସଦା ସତର୍କ ରହିବା

ଆଜିକାଲି ଫୋଟ ଏଡିଟିଙ୍ଗ କରି

ବ୍ଲାକ ମେଲ୍ ହେଉ ଅଛି

ନିଜେ ଯଦି ଆମେ ସତର୍କ ରହିବା

ହେବନି ସମସ୍ୟା କିଛି

ଅବଗତ ହୁଅ ଇଜ୍ଜତ ଜନିତ

ଆଜିକାଲିର ଘଟଣା

ପୁରୁଷ ବନ୍ଧୁଙ୍କୁ ସବୁ ଦୋଷ ଦେଇ

କରନି ଅନୁସୋଚନା....।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract