ଅବାଟ
ଅବାଟ
କସ୍ତୁରୀ ତ ଜନ୍ତୁ ମାତ୍ର
ମଣିଷ ହୋଇ ବି
ବାଟବଣା ହୋଇ ବୁଲିଥିଲି,
ଯୌବନର ଅରଣ୍ୟରେ ମୁଁ
ପ୍ରେମର ଗନ୍ଧପାଇ
କେହି ଆପଣାକୁ ହରେଇଥିଲି।
ହେଲେ ମୋର ଓ କସ୍ତୁରୀ ମଧ୍ୟରେ
ଫରକ୍ ଏତିକି ଯେ
ସେ ତାର ଲକ୍ଷ୍ୟ ପାଇନାହିଁ,
ହେଲେ ପ୍ରେମିକାର ମିଠା କଥାରେ
ବୃଦ୍ଧାଶ୍ରମେ ଛାଡ଼ିଦେଲି
ବାକି ନିଶ୍ଚେ ସେ ଥିବ ମୋ ବାଟକୁ ଚାହିଁ।