STORYMIRROR

SumanKalyan Dash

Others

3  

SumanKalyan Dash

Others

ଭିନ୍ନ ବିଦ୍ରୋହୀ

ଭିନ୍ନ ବିଦ୍ରୋହୀ

1 min
151

ଜାଣିଛି ମୋର ବି ଅଧିକାର ଅଛି

ଆବାସ ଗୃହରେ

ମାଗଣା ଶିକ୍ଷାରେ

ମାଗଣା ସ୍ବାସ୍ଥ୍ୟରେ

କିନ୍ତୁ ମୁଁ ବିରୋଧ କରେନି

ଯଦିଓ ବଞ୍ଚିତ ଏ ସବୁଥିରେ।

ଏହା ବି ଜାଣିଛି ଯେ 

ମୋ ପରିଶ୍ରମର ମୂଲ୍ୟ ଅଛି

ନିର୍ଧାରିତ ଓ ବାଧ୍ୟତାମୂଳକ

ମାତ୍ର କେବେ ଦାବି କରିନି

କାରଣ ମୁଁ ଅବୋଧ ଶ୍ରମିକ।

ହେଲେ ବିଦ୍ରୋହ କେମିତି କରିବି

ଯେତେବେଳେ ମୋ ମାଲିକ ମଧ୍ୟ

ବିଦ୍ରୋହ କରୁଛି ମୁକ୍ତି ପାଇଁ,

କେବେ ସ୍ବାସ୍ଥ୍ୟ ପାଇଁ ତ

କେବେ ଅଧିକ ଐଶ୍ୱର୍ଯ୍ୟ ପାଇଁ।

ସମସ୍ତେ ବିଦ୍ରୋହି ଏଠି

ଭିନ୍ନ ଭିନ୍ନ ଆଶା ପାଇଁ

ମୁଁ କିନ୍ତୁ ଖୁସ୍ ଏଠି 

ମୋ ସୀମିତ ବିଦ୍ରୋହ ସହ

ଓ ଏକ ଚିନ୍ତା ମୁକ୍ତ ନିଦ ପାଇଁ।।



Rate this content
Log in