STORYMIRROR

SumanKalyan Dash

Abstract Tragedy

3  

SumanKalyan Dash

Abstract Tragedy

ଅପେକ୍ଷା ଓ ସହର!!

ଅପେକ୍ଷା ଓ ସହର!!

1 min
183

ଦ୍ବନ୍ଦରେ ଏଠି ସେଠି ସବୁଠି

ସମାଧାନ ଖୋଜିଲା

ଇଣ୍ଟରନେଟ୍ ରେ ବି

ବହୁତ ଚକ୍କର୍ ମାରି

ହତାଶ ହିଁ ହେଉଥିଲା,

କାରଣ ସେ 

ସମାଧାନ ପାଉ ନଥିଲା।


କେଜାଣି କ'ଣ ପାଇଁ

କେଇ ରାତି ହେବ 

ସକାଳ ହେଉଥିଲା 

ହେଲେ ନିଦ ନାହିଁ

ଆଉ ପ୍ରଶ୍ନ

ଏ ସବୁ କ'ଣ ପାଇଁ??


ହେଲେ ଏ ବଡଦିନ ଛୁଟିଟା

ତାକୁ ଉତ୍ତରଟା ଦେଇଦେଲା

ଉତ୍ତର ଏତିକି ଥିଲା

ସେ ଘରେ ନା ନିଜ ପ୍ଲେଟ୍

ନିଜେ ଧୋଉଥିଲା

ନା ଖାନା ବନ‌ଉଥିଲା

ନା ତାକୁ ପ୍ରତି ସନ୍ଧ୍ୟାରେ 

କଲ୍ ଆସୁଥିଲା କି

"କେବେ ଆଉ ଚାକିରି ହେବ

ତୋ ବୁଢ଼ା ବାପର

ସବୁ ସାମର୍ଥ୍ୟ ଗଲା‌।"


ଫିର୍ ଭି ଭରସାଟେ ଥିଲା

ଯାହା ତା ଭଳି ଗ୍ରାମୀଣକୁ

ସହରରେ ଶୋଇ ଦେଉନଥିଲା,

ତେବେ କ'ଣ ଏହି ସହର

ଚକ୍ରବ୍ୟୁହ ଥିଲା

ଯେଉଁଠୁ ସେ ବାହାରି ପାରୁନଥିଲା,

ହେଇଥିବ????


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract