ଅପେକ୍ଷା ଓ ସହର!!
ଅପେକ୍ଷା ଓ ସହର!!
ଦ୍ବନ୍ଦରେ ଏଠି ସେଠି ସବୁଠି
ସମାଧାନ ଖୋଜିଲା
ଇଣ୍ଟରନେଟ୍ ରେ ବି
ବହୁତ ଚକ୍କର୍ ମାରି
ହତାଶ ହିଁ ହେଉଥିଲା,
କାରଣ ସେ
ସମାଧାନ ପାଉ ନଥିଲା।
କେଜାଣି କ'ଣ ପାଇଁ
କେଇ ରାତି ହେବ
ସକାଳ ହେଉଥିଲା
ହେଲେ ନିଦ ନାହିଁ
ଆଉ ପ୍ରଶ୍ନ
ଏ ସବୁ କ'ଣ ପାଇଁ??
ହେଲେ ଏ ବଡଦିନ ଛୁଟିଟା
ତାକୁ ଉତ୍ତରଟା ଦେଇଦେଲା
ଉତ୍ତର ଏତିକି ଥିଲା
ସେ ଘରେ ନା ନିଜ ପ୍ଲେଟ୍
ନିଜେ ଧୋଉଥିଲା
ନା ଖାନା ବନଉଥିଲା
ନା ତାକୁ ପ୍ରତି ସନ୍ଧ୍ୟାରେ
କଲ୍ ଆସୁଥିଲା କି
"କେବେ ଆଉ ଚାକିରି ହେବ
ତୋ ବୁଢ଼ା ବାପର
ସବୁ ସାମର୍ଥ୍ୟ ଗଲା।"
ଫିର୍ ଭି ଭରସାଟେ ଥିଲା
ଯାହା ତା ଭଳି ଗ୍ରାମୀଣକୁ
ସହରରେ ଶୋଇ ଦେଉନଥିଲା,
ତେବେ କ'ଣ ଏହି ସହର
ଚକ୍ରବ୍ୟୁହ ଥିଲା
ଯେଉଁଠୁ ସେ ବାହାରି ପାରୁନଥିଲା,
ହେଇଥିବ????
