STORYMIRROR

SumanKalyan Dash

Others

4  

SumanKalyan Dash

Others

ମାଁ ଯଦି ଭାଗ୍ୟ ଲେଖନ୍ତା

ମାଁ ଯଦି ଭାଗ୍ୟ ଲେଖନ୍ତା

1 min
432

ଜନ୍ମ ଦେଇଥାଏ ବୋଲି ଖାଲି

ସେ ଶୁଣେନି ମାଁ ଡାକ,

ବିଜ୍ଞାନଠାରୁ ବି ଜଟିଳ ଏ ସମାଜରେ

ଦେଖାଏ ସରଳ ରାସ୍ତା ଗୁଡାକ।

କିନ୍ତୁ ମୁଁ ଭାବେ,

ଆତଙ୍କବାଦୀର ବି ମାଁଟେ ନିଶ୍ଚେ ଥିବ

କ’ଣ ସେ ନିରୀହଙ୍କୁ ମାରିବାକୁ

ଶୈଶବରେ ଶିକ୍ଷା ଦେଇଥିବ?

ଭାବନାର ଅନ୍ତିମ ମାଇଲଖୁଣ୍ଟରେ

ସର୍ବଦା ‘ନାଁ’ ଶବ୍ଦ ଟି ଦିଶେ,

ଧର୍ମ, ମଜହବ୍ ପାଇଁ ନରସଂହାର

ଜନନୀ କ’ଣ କେବେ ଭାବେ?

ତେବେ ଧର୍ମ ମହାନ୍ କି ମାଁ

ମାପିବା ମୋ ସାମର୍ଥ୍ୟ ବାହାରେ,

କେବଲ ଏତିକି ଜାଣିଛି 

ଉଭୟେ ମାନବିକତାର ଜୟ ଚାହାନ୍ତି,

କିନ୍ତୁ ସେ ନାଚୁଛି 

ନିରର୍ଥକ ମତବାଦ ଇସାରାରେ।

ବାକି ପ୍ରମାଣ ହୁଅନ୍ତା ସେଦିନ,

ଭଗବାନଠୁ ବି ମାଁ ମହାନ୍,

ଯେଉଁଦିନ ମାଁ ଭାଗ୍ୟ ଲିଖନ୍ତା,

କାରଣ ତା ଲିଖନୀରୁ ପୁଅ ପାଇଁ

ଆତଙ୍କବାଦୀ ଶବ୍ଦ

କେବେ କେବେ ନ ବାହାରନ୍ତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍