ଆଦିମ ଆନନ୍ଦ
ଆଦିମ ଆନନ୍ଦ
ପରିଚୟ ମୋର ଆଧୁନିକତାର ଅଡିଏନ୍ସ
ଗର୍ବିତ କିନ୍ତୁ ଦଳିତ ମଧ୍ୟ,
ସଭ୍ୟ ସମାଜରେ ମ୍ୟୁଜିୟମ୍ କେବଳ
ଯେଉଁଠି ସାଇତା ମୋ ଅସ୍ଥିତ୍ଵ।।
ମୋ ପ୍ରତିକ୍ଷଣର ଆବଶ୍ୟକତା ସଂଘର୍ଷ
‘ଫିଟେଷ୍ଟ’ ପରିଚୟ ପାଇଁ,
ଲୁପ୍ତ ହେଲେ ହୋଇଯିବି ପଛେ
ଆଦିମ ଆନନ୍ଦ ଛାଡ଼ି,
କେମିତି ପାରିବି ଜୀଇଁ।।
ଯାହା ମ୍ୟୁଜିୟମ୍ ରେ ଦେଖି ତୁମେ ଖୁସ୍
ତାହା ହିଁ ମୋ ପରିଚୟ
ସୁଖେ ରହ ମାତ୍ର ସତର୍କ ମଧ୍ୟ
ଅପମାନିତ ଯେପରି ନହୁଅ
ଓ ତମ ବିଜ୍ଞାନ ହଉ ଅକ୍ଷୟ।।
